ଓଡିଶା

odisha

ETV Bharat / bharat

ଟ୍ବିଟ୍ କରି ଶ୍ବଶୁରଙ୍କ ପାଖରେ ମେଡିସିନ୍ ପହଞ୍ଚାଇଲେ ବୋହୂ - ଉତ୍ତରପ୍ରଦେଶ ନ୍ୟୁଜ

ଉତ୍ତରପ୍ରଦେଶ ନଏଡାରେ ରହୁଥିବା କାନୁପ୍ରିୟା ନାମକ ଜଣେ ମହିଳା ଟ୍ବିଟ୍ କରି ଶ୍ବଶୁରଙ୍କ ପାଖରେ ମେଡିସିନ୍ ପହଞ୍ଚାଇଛନ୍ତି।

luckdown
ଟ୍ବିଟ୍ କରି ଶ୍ବଶୁରଙ୍କ ପାଖରେ ମେଡିସିନ୍ ପହଞ୍ଚାଇଲେ ବୋହୂ

By

Published : Apr 9, 2020, 3:29 PM IST

ଲକ୍ଷ୍ନୌ: ନୋଏଡାରେ ରହୁଥିବା କାନୁପ୍ରିୟା ନାମକ ଜଣେ ମହିଳା ସୋମବାର ରାତିରେ ତାଙ୍କ ଟ୍ୱିଟରୁ ସରକାରୀ କର୍ମଚାରୀଙ୍କ ସମେତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାନୁପ୍ରିୟା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ସାଂସଦ ବରୁଣ ଗାନ୍ଧୀ ଏବଂ ୟୁପିର ମୁଖ୍ୟ ସଚିବ ତଥା ଡିଏମ ପିଲିଭୀତ ବୈଭବ ଶ୍ରୀବାସ୍ତବଙ୍କୁ ଏକ ଟ୍ୱିଟ କରିଥିଲେ।

ସେ ଟ୍ବିଟରେ ଲେଖିଥିଲେ, ତାଙ୍କ ଶ୍ୱଶୁର ପିଲିଭୀତରେ ରୁହନ୍ତି ଏବଂ ସେ ହୃଦଘାତରେ ପୀଡ଼ିତ । ତେଣୁ ଏପ୍ରିଲ 10 ସୁଦ୍ଧା ତାଙ୍କ ଶ୍ବଶୁରଙ୍କ ପାଖରେ ମେଡିସିନ୍ ପହଞ୍ଚିବା ଆବଶ୍ୟକ। ତେବେ ମହିଳାଙ୍କ ଟ୍ୱିଟ ଦେଖିବା ପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏଥିସହ ଗତ ମଙ୍ଗଳବାର ମହିଳାଙ୍କୁ କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗ କରିବାକୁ ସରକାର କହିଥିଲେ । କିନ୍ତୁ କଣ୍ଟ୍ରୋଲ ରୁମ ନମ୍ବର କ୍ରମାଗତ ବ୍ୟସ୍ତ ଥିବା ମହିଳା ଜଣକ କହିଥିଲେ ।

ଟ୍ବିଟ୍ କରି ଶ୍ବଶୁରଙ୍କ ପାଖରେ ମେଡିସିନ୍ ପହଞ୍ଚାଇଲେ ବୋହୂ

ଏହାପରେ ପିଲିଭୀତ ଡିଏମ୍ ବୈଭବ ଶ୍ରୀବାସ୍ତବ ମହିଳାଙ୍କୁ ଟ୍ୱିଟ୍ କରି ତାଙ୍କ ହ୍ବାଟ୍ସଆପ ନମ୍ବରରେ ମେଡିସିନର ସୂଚନା ମାଗିଥିଲେ । ଯେଉଁଥିରେ ମହିଳା ଜଣକ ମେଡିସିନ୍ ଲକ୍ଷ୍ନୌରେ ମିଳିବା ନେଇ ଡିଏମଙ୍କୁ କହିଥିଲେ । ଏହାପରେ ଗତ ବୁଧବାର ଡିଏମ ବୈଭବ ଶ୍ରୀବାସ୍ତବ ଏହି ମାମଲାକୁ ଗୁରୁତର ସହ ନେଇ ସିଏମଓ ଡକ୍ଟର ସୀମା ଅଗ୍ରୱାଲଙ୍କ ଠାରୁ ମେଡିସିନ ସମ୍ପର୍କରେ ସୂଚନା ନେଇ ତୁରନ୍ତ ସେଡିସିନକୁ ମହିଳାଙ୍କ ଶ୍ୱଶୁରଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସିଏମଓଙ୍କ ନିର୍ଦ୍ଦେଶ କ୍ରମେ ଡକ୍ଟର ଆର.କେ ସିଂ ଗତ ବୁଧବାର ଅପରାହ୍ନରେ ମହିଳାଙ୍କ ଶ୍ୱଶୁର ଘରକୁ ଯାଇ ମେଡିସିନ ଦେଇଥିଲେ। କିଛି ସମୟ ପରେ ମହିଳା ଜଣଙ୍କ ମେଡିସିନ ଘରେ ପହଞ୍ଚିବା ବିଷୟରେ ଡିଏମଙ୍କୁ ଜଣାଇଥିଲେ।

ABOUT THE AUTHOR

...view details