ଓଡିଶା

odisha

ETV Bharat / bharat

‘କୋଭିଡ-19 ରୋକିବାକୁ ଲକଡାଉନ ହେଉଛି ଏକମାତ୍ର ଅସ୍ତ୍ର’ - Union Minsiter Giriraj Singh

କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକଡାଉନ ବୃଦ୍ଧି ନିଷ୍ପତ୍ତିକୁ ପ୍ରଶଂସା କରି କହିଛନ୍ତି ଯେ କୋଭିଡ-19 ମହାମାରୀ ବିରୋଧରେ ଲଢେଇ ହେଉଛି ଏକମାତ୍ର ଅସ୍ତ୍ର। ଅଧିକ ପଢନ୍ତୁ....

minister
କୋଭିଡ-19 ରୋକିବାକୁ ଲକଡାଉନ ହେଉଛି ଏକମାତ୍ର ଅସ୍ତ୍ର

By

Published : Apr 18, 2020, 1:43 PM IST

ନୂଆଦିଲ୍ଲୀ: କେନ୍ଦ୍ର ପଶୁପାଳନ ଏବଂ ମତ୍ସ୍ୟ ବିଭାଗ ମନ୍ତ୍ରୀ ଗିରିରାଜ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଲକଡାଉନକୁ କୋରୋନା ଭାଇରସ ମହାମାରୀ ବିରୋଧରେ ଲଢେଇ କରିବାର ଏକମାତ୍ର ସର୍ବୋତ୍ତମ ପଦ୍ଧତି ବୋଲି କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଗିରିରାଜ କହିଛନ୍ତି ଯେ,"ବର୍ତ୍ତମାନ ପରିସ୍ଥିତିରେ ଲକଡାଉନ ଜାରି ରହିଛି । ଏହା କୋଭିଡ-19 ବିରୋଧରେ ଲଢେଇ ପାଇଁ ଏକମାତ୍ର ଅସ୍ତ୍ର । ରାଜ୍ୟ ମୁଖ୍ୟମନ୍ତ୍ରୀ, ଡବ୍ଲୁଏଚଓ ଏବଂ ଅନ୍ୟାନ୍ୟ ଦେଶ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମଗ୍ର ଦେଶରେ ତାଲା ବନ୍ଦ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି।

ଯଦି ଲକଡାଉନ୍ ନଥାନ୍ତା ତେବେ ଭାରତ ସ୍ପେନ, ଇଟାଲୀ, ଆମେରିକା ଏବଂ ଅନ୍ୟାନ୍ୟ ଦେଶ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତା । କୋରୋନା ଭାଇରସ ପାଇଁ କୌଣସି ଉପଯୁକ୍ତ ଔଷଧ ନଆସିବା ପର୍ଯ୍ୟନ୍ତ ଲୋକମାନେ ଲକଡାଉନ୍ ଏବଂ ସାମାଜିକ ଦୂରତା ନିୟମ ପାଳନ କରିବା ଉଚିତ୍ ।

କୋରୋନା ଭାଇରସର ପ୍ରସାରକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ମେ 3 ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏପ୍ରିଲ୍ 20 ପରେ କିଛି ଆରାମ ମିଳିପାରେ ଯେଉଁଠାରେ କୌଣସି ହଟସ୍ପଟ୍ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details