ଓଡିଶା

odisha

ETV Bharat / bharat

ଏପ୍ରିଲ 30 ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କଲେ ତାମିଲନାଡୁ ସରକାର - tamilnadu lockdown

ମହାମାରୀ କୋରୋନା ଭାଇରସର ଭୟବହତାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଆସନ୍ତା ଏପ୍ରିଲ 30 ପର୍ଯ୍ୟନ୍ତ ଲକଡାଉନ ସମୟକୁ ବୃଦ୍ଧି କରିଛନ୍ତି । ଅଧିକ ପଢନ୍ତୁ...

Lockdown in Tamil Nadu extended till 30th April
ଏପ୍ରିଲ 30 ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କଲା ତାମିଲନାଡୁ

By

Published : Apr 13, 2020, 5:30 PM IST

ଚେନ୍ନାଇ: କେନ୍ଦ୍ର ପୂର୍ବରୁ ଲକଡାଉନ ଅବଧି ବୃଦ୍ଧିରେ ସାମିଲ ହେଲା ଆଉ ଗୋଟିଏ ରାଜ୍ୟ । ମହାମାରୀ କୋରୋନା ଭାଇରସର ଭୟବହତାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଆସନ୍ତା ଏପ୍ରିଲ 30 ପର୍ଯ୍ୟନ୍ତ ଲକଡାଉନ ସମୟକୁ ବୃଦ୍ଧି କରିଛନ୍ତି । ସୋମବାର ଏ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ ଘୋଷଣା କରିଛନ୍ତି । ପୂର୍ବରୁ ଓଡିଶା ସମେତ ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଗୁଡିକୁ ଲକଡାଉନ ଅବଧିକୁ ବୃଦ୍ଧି କରି ସାରିଛନ୍ତି ।

ସମଗ୍ର ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହା ପରେ ଦିଲ୍ଲୀ ଓ ତାମିଲନାଡୁରେ ସର୍ବାଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 982ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୋଟ 50 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୂଚନାନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶନିବାର ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ଅଳ୍ପ କିଛି ରାଜ୍ୟକୁ ଛାଡିଦେଲେ ଅଧିକାଂଶ ରାଜ୍ୟର ସରକାର କୋରୋନା ମୁକାବିଲା ପାଇଁ ଲକଡାଉନ ବୃଦ୍ଧି କରିବାକୁ ଦାବି କରିଥିଲେ । ପୂର୍ବରୁ ମାର୍ଚ୍ଚ 25ରୁ ସାରା ଦେଶରେ 21ଦିନିଆ ଲକଡାଉନ କାର୍ଯ୍ୟକାରୀ ହେଉଛି । ଯାହା ମଙ୍ଗଳବାର ରାତି 12ଟାରେ ଶେଷ ହେବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମଙ୍ଗଳବାର ସକାଳ 10ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ସବୁ ରାଜ୍ୟର ସରକାରଙ୍କ ଦାବି ଏବଂ କୋରୋନା ମୁକାବିଲା ପାଇଁ ମୋଦି ଲକଡାଉନ ଅବଧି କରିବା ନେଇ ବଡ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।

@ANI

ABOUT THE AUTHOR

...view details