ମୁମ୍ବାଇ: ମହାରାଷ୍ଟ୍ରରେ 31 ଜୁଲାଇ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯାଇଛି। ଏହାକୁ ‘ମିଶନ୍ ବିଗିନ୍ ଏଗେନ୍’ ନାମରେ ନାମିତ କରାଯାଇଛି । 31 ଜୁଲାଇ ପର୍ଯ୍ୟନ୍ତ ଜାରି ରହିଥିବା ଏହି ଲକଡାଉନରେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରହିବ । ତେବେ ଅବଶିଷ୍ଟ ଦୋକାନ ଗୁଡିକ ଯୁଗ୍ମ-ଅଯୁଗ୍ମ ପ୍ରଣାଳୀରେ ଖୋଲାଯିବ ।
ଅଫିସରେ ସୀମିତ କର୍ମଚାରୀଙ୍କ ସହ କାର୍ଯ୍ୟ କରାଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ପୂର୍ବରୁ ସୂଚନା ମିଳିଥିଲା ଯେ ଜୁନ 30 ପରେ ରାଜ୍ୟରେ ଲକଡାଉନ୍ ଲାଗୁ ହେବ କିନ୍ତୁ କିଛି ନିୟମ କୋହଳ କରାଯିବାକୁ କୁହାଯାଇଥିଲା ।