ଓଡିଶା

odisha

By

Published : Mar 25, 2020, 5:28 PM IST

ETV Bharat / bharat

କୋରୋନା ପ୍ରଭାବ: ଅନଲାଇନ କାରବାର ଠପ

ମୋଦିଙ୍କ ଲକଡାଉନ ଘୋଷଣା ପରେ ପ୍ରାୟ ସମସ୍ତ ଅନଲାଇନ ସପିଂ ସାଇଟ ନିଜ ୱେବସାଇଟ ବନ୍ଦ କରିଦେଇଛନ୍ତି । ଯାହାକୁ ନେଇ ଆତଙ୍କିତ ହୋଇଛନ୍ତି ଲୋକେ । ଅଧିକ ପଢନ୍ତୁ...

କୋରୋନା ପ୍ରଭାବ: ଅନଲାଇନ କାରବାର ଠପ
କୋରୋନା ପ୍ରଭାବ: ଅନଲାଇନ କାରବାର ଠପ

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ସାରା ଦେଶରେ 21 ଦିନିଆ ଲକଡାଉନ ଘୋଷଣା ହୋଇଛି । ଦେଶବ୍ୟାପୀ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅନୁରୋଧ କରିଛନ୍ତି । ତେବେ ଲକଡାଉନକୁ ନେଇ ଅନେକ ଲୋକ ଆତଙ୍କିତ ହୋଇପଡିଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବା ନେଇ ଆଶ୍ବାସନା ସତ୍ତ୍ବେ ସମସ୍ତ ଦୋକାନ ଓ ପରିବା ମାର୍କେଟରେ ଲାଗିଛି ପ୍ରବଳ ଭିଡ । ସେହିପରି ଅନଲାଇନ କାରବାର ଉପରେ ମଧ୍ୟ ପଡିଛି ଏହି ଲକଡାଉନର ପ୍ରଭାବ ।

ମୋଦିଙ୍କ ଘୋଷଣା ପରେ ପ୍ରାୟ ସମସ୍ତ ଅନଲାଇନ ସପିଂ ସାଇଟ ନିଜ ୱେବସାଇଟ ବନ୍ଦ କରିଦେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା କେତେକ ସାଇଟ ମଙ୍ଗଳବାର ରାତିରୁ ହିଁ ୱେବସାଇଟରେ ଆଉଟ ଅଫ ଅର୍ଡର ଲେଖିଦେଇଥିଲେ । କେତେକ ନିଜ ଗ୍ରାହକଙ୍କୁ ଏହି ସୂଚନା ଇମେଲରେ ଦେଇଥିଲେ । ଆଉ କିଛି ସାଇଟ ନିଜ ହୋମ ପେଜରେ ଲେଖିଛନ୍ତି, ‘ସେବା ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ।’ ଏହି ସମସ୍ତ କମ୍ପାନୀର ସ୍ଥାୟୀ ଓ ଡେଲିଭରୀ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା କିଛି କମ୍ପାନୀର ମାଲିକ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ତେବେ ଏପରି ନିଷ୍ପତ୍ତିରେ ଅନେକ ଲୋକେ ନିରାଶ ହୋଇଛନ୍ତି । କାରଣ ଲକଡାଉନ ଘୋଷଣା ପରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କିଛି ଲୋକେ ଅନଲାଇନ ସାଇଟ ଉପରେ ଆଶା ରଖିଥିଲେ । ବାହାରକୁ ଯିବାରେ କଟକଣା ଥିବାରୁ ସେମାନେ ଅନଲାଇନ ଅର୍ଡର ମଧ୍ୟ କରିଦେଇଥିଲେ । ହେଲେ ଏହା ବନ୍ଦ ହେବା ପରେ ସେମାନେ ଏବେ ସ୍ଥାନୀୟ ମାର୍କେଟରେ ଭିଡ ଜମାଇଛନ୍ତି । ଅନ୍ୟପଟେ ଲକଡାଉନ ଉଦବୋଧନ ବେଳେ ପ୍ରଧାନମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ରହିବ । ଏହା ସତ୍ତ୍ବେ ଲୋକେ ବିଭିନ୍ନ ଦୋକାନରେ ବିପୁଳ ପରିମାଣରେ ସାମଗ୍ରୀ କିଣୁଥିବାର ଦେଖାଯାଇଛି ।

ABOUT THE AUTHOR

...view details