ଓଡିଶା

odisha

ETV Bharat / bharat

ମୁମ୍ବାଇରୁ 1600 କିମିର ଯାତ୍ରା ! କ୍ବାରେଣ୍ଟାଇନ ଘରେ ଗଲା ଶ୍ରମିକଙ୍କ ଜୀବନ - କ୍ବାରେଣ୍ଚାଇନ

କୋରୋନା ଛୁଇଁବା ପୂର୍ବରୁ ଲକଡାଉନ ନେଲା ଜୀବନ ! 16 କିମି ଚାଲି ଚାଲି ଅତିକ୍ରମ କରିବା ପରେ କ୍ବାରେଣ୍ଟାଇନ ଘରେ ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ମୁମ୍ବାଇରୁ 1600 କିମିର ଯାତ୍ରା ! କ୍ବାରେଣ୍ଟାଇନ ଘରେ ଗଲା ଶ୍ରମିକଙ୍କ ଜୀବନ
ମୁମ୍ବାଇରୁ 1600 କିମିର ଯାତ୍ରା ! କ୍ବାରେଣ୍ଟାଇନ ଘରେ ଗଲା ଶ୍ରମିକଙ୍କ ଜୀବନ

By

Published : Apr 28, 2020, 2:42 PM IST

ମୁମ୍ବାଇ: କୋରୋନା ଛୁଇଁବା ପୂର୍ବରୁ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ । 1600 କିଲୋମିଟର ଚାଲି ଚାଲି ଅତିକ୍ରମ କରିବା ପରେ ଗାଁରେ ପହଞ୍ଚିଥିଲେ । ହେଲେ ପରିବାର ଲୋକଙ୍କୁ ଦେଖିବା ପୂର୍ବରୁ ରହସ୍ୟମୟ ଭାବେ କ୍ବାରେଣ୍ଟାଇନ ଘରେ ତାଙ୍କର ଜୀବନ ଯାଇଛି ।

ଉତ୍ତରପ୍ରଦେଶର ମଠଖନୱା ଗାଁର ଜଣେ ଯୁବକ ମହରାଷ୍ଟ୍ରରେ କାମ କରୁଥିଲେ । ଲକଡାଉନ ପରେ ସେ ଲୁଚି ଛପି ଆସି ଗାଁରେ ପହଞ୍ଚିଥିଲେ । ଘଟଣା ବିଷୟରେ ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉକ୍ତ ଯୁବକଙ୍କୁ ଗାଁର ଏକ ସ୍କୁଲରେ କ୍ବାରେଣ୍ଟାଇନରେ ରଖାଯାଇଥିଲା । ଏଠି 14ଦିନର ରହିବାର ବ୍ୟବସ୍ଥା କରାଯାଥିଲା । ହେଲେ 14 ଘଣ୍ଟା ତ ଦୂରର କଥା ମାତ୍ର 6 ଘଣ୍ଟାରେ ଜୀବନଙ୍କ ମୃତ୍ୟୁ ଘଟିଛି ।

ସେପଟେ, କ୍ବାରେଣ୍ଟାଇନରେ ଯୁବକଙ୍କ ମୃତ୍ୟୁ ଖବର ପ୍ରସାର ହେବା ପରେ ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଘଟଣା ବିଷୟରେ ଶ୍ରାବସ୍ତୀର ସିଏମଓ ପି ଭାର୍ଗଭ କହିଛନ୍ତି ଯେ ତାଙ୍କ ମୃତ୍ୟୁର କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ। ଏହି ବ୍ୟକ୍ତି ଜଣକ ସୋମବାର ସକାଳ 7 ଟାରେ ମହାରାଷ୍ଟ୍ରରୁ ଆସିଥିଲେ । ଏନେଇ କିଛି ଅଧିକ କହିବ ନାହିଁ । ଉକ୍ତ ଶ୍ରମିକଙ୍କ ପରିବାରକୁ ମଧ୍ୟ କ୍ବାରେଣ୍ଟାଇନରେ କରାଯାଇଛି ।

ABOUT THE AUTHOR

...view details