ଓଡିଶା

odisha

ETV Bharat / bharat

57 ପ୍ରବାସୀ ଶ୍ରମିକଙ୍କ ନାମରେ ମାମଲା, ସାଇକେଲରେ ଫେରୁଥିଲେ ଗାଁକୁ - mumbai

ସଟଡାଉନ ଯୋଗୁଁ ସାଇକେଲରେ ଫେରୁଥିଲେ ଗାଁକୁ , ହେଲେ ଅଧା ରାସ୍ତାରେ ଅଟକାଇଲା ପୋଲିସ । 57 ଜଣ ଶ୍ରମିକଙ୍କ ନାମରେ ମାମଲା । ଅଧିକ ପଢନ୍ତୁ...

57 migrants on way to hometowns on bicycles booked
57 ପ୍ରବାସୀ ଶ୍ରମିକଙ୍କ ନାମରେ ମାମଲା

By

Published : May 1, 2020, 1:17 AM IST

ମୁମ୍ବାଇ: ଦେଶରେ କୋରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକ ଡାଉନ ସ୍ଥିତି । ଏହାକୁ ଉଲ୍ଲଂଘନ କରି ନଭି ମୁମ୍ବାଇରୁ ଶହ ଶହ କିଲୋମିଟର ଦୂରରେ ନିଜ ଘର ଅଭିମୁଖେ ଯାତ୍ରା କରିଛନ୍ତି 57 ଜଣ ପ୍ରବାସୀ ଶ୍ରମିକ । ଫଳରେ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।

ସାଇକେଲ ଯୋଗେ ଏମାନେ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି । ତେବେ ଏମାନଙ୍କୁ ସାଇକେଲ ଦେଇଥିବା ତିନି ଜଣ ଦୋକାନ ମାଲିକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି । ପାଟ୍ରୋଲିଂ ଡ୍ୟୁଟିରେ ଥିବା କିଛି ପୋଲିସ କର୍ମଚାରୀ ବୁଧବାର ସକାଳେ ନଭି ମୁମ୍ବାଇର ମହାପେ ନିକଟରେ ସାଇକେଲରେ ଯାଉଥିବା ବେଳେ ଏମାନଙ୍କୁ ଦେଖି ଅଟକ ରଖିଥିଲେ।

ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଏମାନଙ୍କୁ ପଚରାଉଚରା କରିବା ପରେ ଏମାନେ ବିହାର, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶର ବୋଲି ଜଣାପଡିଥିଲା । ଲକ ଡାଉନ ପରେ ଜୀବିକା ନିର୍ବାହ ପାଇଁ କୌଣସି ଅନ୍ୟ ପନ୍ଥା ନପାଇ ନିଜ ଘରକୁ ଫେରୁଥିବା ସେମାନେ କହିଥିଲେ ।

ABOUT THE AUTHOR

...view details