ଓଡିଶା

odisha

ETV Bharat / bharat

ଲକଡାଉନ 5.0କୁ ନେଇ ମୋଦିଙ୍କୁ ସାକ୍ଷାତ କଲେ ଶାହ - lockdown 5.0

ଲକଡାଉନ 4.0 ଶେଷ ହେବା ଉପରେ ତଥାପି ଦେଶରେ ସଂକ୍ରମଣକୁ ରୋକାଯାଇପାରୁ ନାହିଁ । ବରଂ ଦିନକୁ ଦିନ ଅଧିକ ଗମ୍ଭୀର ହେବାରେ ଲାଗିଛି କୋରୋନା ପରିସ୍ଥିତି।

ଲକଡାଉନ 5.0କୁ ନେଇ ମୋଦିଙ୍କୁ ସାକ୍ଷାତ କଲେ ଶାହ
ଲକଡାଉନ 5.0କୁ ନେଇ ମୋଦିଙ୍କୁ ସାକ୍ଷାତ କଲେ ଶାହ

By

Published : May 29, 2020, 2:38 PM IST

ନୂଆଦିଲ୍ଲୀ: ଲକଡାଉନ 5.0କୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି(ଶୁକ୍ରବାର) ମଧ୍ୟାହ୍ନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ଉଭୟଙ୍କ ସାକ୍ଷାତ କରିଛନ୍ତି ।

ଆସନ୍ତା 2 ଦୁଇ ଦିନ ମଧ୍ୟରେ ଲକଡାଉନ 4.0 ଶେଷ ହେବାକୁ ଯାଉଛି । ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦେଶରେ ଲକଡାଉନ ବୃଦ୍ଧି ନେଇ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ତେବେ ଲକଡାଉନ 5.0ରେ କେଉଁ କ୍ଷେତ୍ରରେ କଟକଣା କଡାକଡି ରହିବ, ଓ କଣ କୋହଳ କରାଯିବ ସେନେଇ ଉଭୟ ଆଲୋଚନା କରାଯାଇଛି ।

ଏହା ପୂର୍ବରୁ ଗତ ଗୁରୁବାର ଅମିତ ଶାହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଲକଡାଉନ 5.0 ପାଇଁ ମତାମତ ଲୋଡିଥିଲେ । ଅନେକ ରାଜ୍ୟ ଲକଡାଉନ ଜାରି ରଖିବା ନେଇ କହିଥିଲେ । ସୂଚନାଯୋଗ୍ୟ, ଦେଶର 13ଟି ସହରରେ ସର୍ବାଧିକ କୋରୋନା ସଂକ୍ରମିତ ଅଞ୍ଚଳରେ ସରକାର ନୂଆ ନିୟମ ଲାଗୁ କରିପାରନ୍ତି । ଲକଡାଉନ 5.0ରେ ମନ୍ଦିର , ମସଜିଦ, ମଲ ଓ ଜିମ କୁ ଯିବାକୁ ଅନୁମତି ମିଳିପାରେ ।

ଏକ ସୂତ୍ର ଅନୁସାରେ, ପିଏମ ମୋଦି ରବିବାର ଦିନ ତାଙ୍କ ରେଡିଓ ପ୍ରୋଗ୍ରାମ ’ମନ କି ବାତ’ ରେ ଲକଡାଉନ 5.0 ଘୋଷଣା କରିବାର ସମ୍ଭାବନା ରହିଛି । ଏଥର ଲକଡାଉନକୁ ପୁଣି 2 ସପ୍ତାହ ବଢାଇବା ନେଇ ଆଶଙ୍କା କରାଯାଉଛି ।

ABOUT THE AUTHOR

...view details