ଓଡିଶା

odisha

ETV Bharat / bharat

ଲକଡାଉନ 4.0: ଘରୁ ବାହାରୁଛନ୍ତି କି ? ତେବେ ଏପରି ରୁହନ୍ତୁ ସଂକ୍ରମଣ ମୁକ୍ତ - sanitizer

4ର୍ଥ ପର୍ଯ୍ୟାୟ ଲକଡାଉନକୁ ଏବେ ଦେଶରେ କୋହଳ କରାଯାଇଛି । ଏପରି ସ୍ଥିତିରେ ଅନେକ ନିଜ ଘରୁ ବାହାରିବା ସ୍ବଭାବିକ । ତେଣୁ ଏପରିସ୍ଥଳେ ଯଦି ଆପଣ ବାହାରକୁ ଯାଉଛନ୍ତି ତେବେ ମାନନ୍ତୁ ସରକାରଙ୍କ ନିର୍ଦ୍ଦେଶ ସମସ୍ତ ଗାଇଡଲାଇନ । ଅଧିକ ପଢନ୍ତୁ...

ଲକଡାଉନ 4.0: ଘରୁ ବାହାରୁଛନ୍ତି କି ? ତେବେ ଏପରି ରୁହନ୍ତୁ ସଂକ୍ରମଣ ମୁକ୍ତ
ଲକଡାଉନ 4.0: ଘରୁ ବାହାରୁଛନ୍ତି କି ? ତେବେ ଏପରି ରୁହନ୍ତୁ ସଂକ୍ରମଣ ମୁକ୍ତ

By

Published : May 19, 2020, 1:22 PM IST

ହାଇଦ୍ରାବାଦ: ଲକଡାଉନରେ 4.0ରେ ଲୋକଙ୍କୁ ଅନେକ ରାଜ୍ୟରେ କିଛି ମାତ୍ରାରେ କୋହଳ କରାଯାଇଛି । କିନ୍ତୁ ଏହି ସମୟ ମଧ୍ୟରେ, ସାମାନ୍ୟ ଅସାବଧାନତା କେବଳ ଆପଣ ନୁହେଁ, ବରଂ ଆପଣଙ୍କ ପରିବାରକୁ ମଧ୍ୟ ଅସୁବିଧାରେ ପକାଇ ପାରିବେ । ତେଣୁ ବାହାରକୁ ବାହାରିବା ପୂର୍ବରୁ ଜାଣନ୍ତୁ ଆପଣ କେଉଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

ଲକଡାଉନ 4.0 ରେ ସତର୍କତା ହେଉଛି ଏକମାତ୍ର ସୁରକ୍ଷା

ଦେଶରେ କୋରୋନା ସଂକ୍ରମଣ ମାମଲା ବର୍ତ୍ତମାନ ଏକ ଲକ୍ଷରେ ପହଞ୍ଚିଛି । ସଂକ୍ରମଣକୁ ରୋକିବା ପାଇଁ ମେ 31 ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ସରକାର ଅନେକ ରାଜ୍ୟରେ ଲକଡାଉନ ନିୟମକୁ କୋହଳ କରିଛନ୍ତି । କିନ୍ତୁ ଏହାର ସୁଯୋଗ ନେଇ ଏହାର ଲାଭ ଉଠାଇବା ଉଚିତ ନୁହେଁ । ପୂର୍ବ ଅପେକ୍ଷା ଅଧିକ ସଜାଗ ରହିବା ଆବଶ୍ୟକ ରହିଛି । ଯେତେବେଳେ ଆପଣ ଘରୁ ବାହାରକୁ ଯାଆନ୍ତି, ଫେରିବା ସମୟରେ ସାନିଟାଇଜର ରେ ହାତ ସଫା କରିବାକୁ ଭୁଲନ୍ତୁ ନାହିଁ । ଏହା ସହିତ ବାହାରେ ଥିବା ସମୟରେ ସାମାଜିକ ଦୂରତା ଅନୁସରଣ କରନ୍ତୁ । ପରିବା ଦୋକାନ, ବଜାର ଏବଂ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ କିଛି ସମୟ ପାଇଁ ଅଟକି ଯାଆନ୍ତୁ ଏବଂ ଭିଡ଼ କମିଯିବା ପରେ ହିଁ ଏପରି ସ୍ଥାନକୁ ଯାଆନ୍ତୁ ।

ଟିକିଏ ଅସାବଧାନତା ବହୁ କ୍ଷତିକାରୀ ହୋଇପାରେ

ସାମଗ୍ରୀ କିଣିବା ସମୟରେ ହାତକୁ ପାଟି, ନାକ ଏବଂ ଆଖିରେ ଲଗାନ୍ତୁ ନାହିଁ । ବର୍ତ୍ତମାନ ଲକଡାଉନରେ କୋହଳ କାରଣରୁ ବହୁ ସଂଖ୍ୟକ ଲୋକ ବାହାରକୁ ଯିବେ । ଏପରି ଲୋକମାନଙ୍କଠାରେ ଥଣ୍ଡାର ଲକ୍ଷଣ ମଧ୍ୟ ଥାଇପାରେ, ଯଦି ସେମାନଙ୍କ ସଂସ୍ପର୍ଶରେ ଆପଣ ଆସିଯାନ୍ତି ଆଉ ସେମାନଙ୍କ ଦେହରେ ଭାଇରସ ଥାଏ, ତେବେ ଆପଣଙ୍କ ପାଟି, ନାକ, ଆଖି, ହାତ ମାଧ୍ୟମରେ ଶରୀରରେ ପ୍ରବେଶ କରିପାରେ । ତେଣୁ ବାହାରକୁ ଯିବା ସମୟକେ ମାସ୍କ ନିଶ୍ଚିତ ବ୍ୟବାହାର କରନ୍ତୁ । ଅଫିସକୁ ଯିବା ପୂର୍ବରୁ ସର୍ବଦା ସାନିଟାଇଜରକୁ ନିଜ ବ୍ୟାଗରେ ରଖନ୍ତୁ । ହାତରେ ଗ୍ଲୋଭସ ପରିଧାନ କରନ୍ତୁ । ଆପଣଙ୍କ ମୁହଁରେ ସର୍ବଦା ମାସ୍କ ପିନ୍ଧନ୍ତୁ । ଯେଉଁମାନଙ୍କ ଗଳା ଯନ୍ତ୍ରଣା, ଶୁଖିଲା କାଶ, ଜ୍ୱର, ମୁଣ୍ଡବିନ୍ଧା ଓ କଥା କହିବାରେ ଅସୁବିଧା ହେଉଛି ସେମାନଙ୍କଠାରୁ ଦୂରରେ ରହିବା ଭଲ। ଯଦି ଆପଣଙ୍କର ଥଣ୍ଡା କିମ୍ବା ଥଣ୍ଡା ଭଳି ଲକ୍ଷଣ ମଧ୍ୟ ଥାଏ, ତେବେ ଘରୁ ବାହାରକୁ ନଯିବା ଉଚିତ । ଏହା ବ୍ୟତୀତ, କେହି ବ୍ୟବାହାର କରିଥିବା ସିଗାରେଟ ବ୍ୟବହାର କରନ୍ତୁ ନାହିଁ ।

ABOUT THE AUTHOR

...view details