ଓଡିଶା

odisha

By

Published : Apr 19, 2020, 10:00 AM IST

ETV Bharat / bharat

2 କିଲୋମିଟର ଚାଲି ରାସନ ଆଣିଲେ ଦିବ୍ୟାଙ୍ଗ

କୋରୋନା ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ ମଧ୍ୟପ୍ରଦେଶ ଅଶୋକନଗରରେ ଏକ ଘଟଣା ସାମ୍ନାକୁ ଆସିଛି ।

lockdown
2 କିଲୋମିଟର ଚାଲି ରାସନ ଆଣିଲେ ଦିବ୍ୟାଙ୍ଗ

ଭୋପାଳ: କୋରୋନା ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ ମଧ୍ୟପ୍ରଦେଶ ଅଶୋକନଗରରେ ଏକ ଘଟଣା ସାମ୍ନାକୁ ଆସିଛି ।

ପରିବାରର ପୋଷଣ ଚିନ୍ତାରେ ଜଣେ ବୟସ୍କ ଦିବ୍ୟାଙ୍ଗ ଭାଗବତ ସିଂ ଟାଣ ଖରାରେ 2 କିଲୋମିଟର ଚାଲିଥିଲେ । ତେବେ ପୂର୍ବତନ ବିଧାୟକ ଜଜପାଲ ସିଂଙ୍କ କାର୍ଯ୍ୟାଳୟରେ ରାସନ ବଣ୍ଟନ ଯାଉଥିବା ଖବର ପାଇ ସେ ସେଠାରେ ଚାଲି ଚାଲି ପହଞ୍ଚିଥିଲେ ।

ପହଞ୍ଚିବା ପରେ ସେ ସେଠାରେ ସାମାଜିକ ଦୂରତା ନିୟମ ସହ ଲୋକମାନେ ଲମ୍ବା ଲାଇନରେ ଠିଆ ହୋଇଥିବା ଦେଖିବାକୁ ପାଇଥିଲେ । ଏହାଦେଖି ଭଗବତ ସିଂ ମଧ୍ୟ ଏକ ଗୋଲ ଭିତରେ ଠିଆ ହୋଇଥିଲେ । ମାତ୍ର ବହୁତ ଖରା କାରଣରୁ ସେ ଗୋଲ ଭିତରେ କୃତ୍ରିମ (ନକଲି) ଗୋଡ ରଖି ଅନ୍ୟତ୍ର ବସି ନିଜ ପାଳି ଆସିବା ପରେ ଘର ପାଇଁ ରାସନ ଆଣିଥିଲେ ।

ABOUT THE AUTHOR

...view details