ଓଡିଶା

odisha

ETV Bharat / bharat

କୋଝିକୋଡ ବିମାନ ଦୁର୍ଘଟଣା: ‘ଆହତ ଶିଶୁଙ୍କୁ ନିଜ ସନ୍ତାନ ଭଳି ଯତ୍ନ ନେଇଛନ୍ତି ସ୍ଥାନୀୟ ଲୋକ’ - Locals Treated Children As Their Own

କେରଳ ବିମାନ ଦୁର୍ଘଟଣାରେ ବଞ୍ଚିଥିବା 6 ଜଣ ଶିଶୁଙ୍କୁ କୋଝିକୋଡ ବେବି ମୋମୋରିଆଲ ହସପିଟାଲକୁ ନିଆଯାଇଛି । ଉଦ୍ଧାରକାରୀ ଦଳର କିଛି ସ୍ଥାନୀୟ ଲୋକ ସେମାନଙ୍କ ପରିବାର ସଦସ୍ୟଙ୍କୁ ଚିହ୍ନିବାରେ ସାହାଯ୍ୟ କରିଥିବା ବେଳେ ପିରିବାର ସଦସ୍ୟ ଭଳି ସେମାନଙ୍କର ଯତ୍ନ ନେଇଥିବା କହିଛନ୍ତି ସେହି ହସପିଟାଲର ଡାକ୍ତର ଡଃ ଅଜୟ ।

କୋଝିକୋଡ ବିମାନ ଦୁର୍ଘଟଣା: "ଆହତ ଶିଶୁଙ୍କୁ ନିଜ ସନ୍ତାନ ଭଳି ଯତ୍ନ ନେଇଛନ୍ତି ସ୍ଥାନୀୟ ଲୋକ"
କୋଝିକୋଡ ବିମାନ ଦୁର୍ଘଟଣା: "ଆହତ ଶିଶୁଙ୍କୁ ନିଜ ସନ୍ତାନ ଭଳି ଯତ୍ନ ନେଇଛନ୍ତି ସ୍ଥାନୀୟ ଲୋକ"

By

Published : Aug 9, 2020, 1:47 PM IST

ଥିରୁଅନନ୍ତପୁରମ: କେରଳ ବିମାନ ଦୁର୍ଘଟଣାରେ ବଞ୍ଚିଥିବା 6 ଜଣ ଶିଶୁଙ୍କୁ କୋଝିକୋଡ ବେବି ମୋମୋରିଆଲ ହସପିଟାଲକୁ ନିଆଯାଇଛି । ଉଦ୍ଧାରକାରୀ ଦଳର କିଛି ସ୍ଥାନୀୟ ଲୋକ ସେମାନଙ୍କ ପରିବାର ସଦସ୍ୟଙ୍କୁ ଚିହ୍ନିବାରେ ସାହାଯ୍ୟ କରିଥିବା ବେଳେ ପିରିବାର ସଦସ୍ୟ ଭଳି ସେମାନଙ୍କର ଯତ୍ନ ନେଇଥିବା କହିଛନ୍ତି ସେହି ହସପିଟାଲର ଡାକ୍ତର ଡଃ ଅଜୟ ।

ଏନେଇ ସେ ଖୁସି ବ୍ୟକ୍ତି କରି କହିଛନ୍ତି 6 ଜଣ ଶିଶୁଙ୍କ ବୟସ 2 ରୁ 11 ବର୍ଷ ରହିଥିବା ବେଳେ ସେମାନଙ୍କୁ ନିଜ ଛୁଆ ଭଳି ଅତି ଯତ୍ନର ସହ ଦେଖାଶୁଣା କରିଥିଲେ । ଏଥିପାଇଁ ସେ ସ୍ଥାନୀୟ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଉଦ୍ଧାର ଶିଶୁଙ୍କ ମଧ୍ୟରୁ କେହି ମଧ୍ୟ ନିଜ ନାମ କିମ୍ବା ତାଙ୍କ ବାପା ମାଆଙ୍କ ନାମ କହିପାରୁ ନଥିଲେ । ଏପରିକି ସେମାନଙ୍କର ପାସପୋର୍ଟ ମଧ୍ୟ ନଥିଲା । ଏପରି ସ୍ଥିତିରେ ସ୍ଥାନୀୟ ଲୋକମାନେ ତାଙ୍କର ଦେଖାଶୁଣା କରି ସ୍ଥିତି ସମ୍ଭାଳି ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି କୋଝିକୋଡ ବେବି ମୋମୋରିଆଲ ହସପିଟାଲର ଡାକ୍ତର ମିଡିଆକୁ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାରମ୍ଭରେ ଏହା ଆମ ପାଇଁ ଅତି ଚ୍ୟାଲେଞ୍ଜିଂ ଥିଲା । ଦୁର୍ଘଟଣା ପରେ ପରିବାର ଲୋକ ନୁହେଁ ବରଂ ଉଦ୍ଧାରକାରୀ ଦଳ ତାଙ୍କୁ ଡାକ୍ତରଖାନାକୁ ନେଇ ଆସିଥିଲେ । ତାଙ୍କ ପରିବାର ଲୋକଙ୍କୁ ଖୋଜିବାରେ ଆମର ଅନେକ ସ୍ଥାନୀୟ ଲୋକ ନିଜ ଆଡୁ ଆସି ସାହାଯ୍ୟ କରିଥିଲେ । 3 ରୁ 4 ଘଣ୍ଟା ମଧ୍ୟରେ ହ୍ୱାଟ୍ସଅପ ଗ୍ରୁପ କରି ଫଟୋ ସେୟାର କରାଯାଇଥିଲା । ଏହାର ଏକ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଥିଲା ।

ତେବେ ଏଠାରେ ଭର୍ତ୍ତି ହୋଇଥିବା ଦୁଇ ଶିଶୁ ନିଜ ପରିବାର ସଦସ୍ୟଙ୍କୁ ହରାଇଛନ୍ତି । କିଏ ନିଜ ଭାଇ ଭଉଣୀଙ୍କୁ ତ ଆଉ କିଏ ପିତାମାତାଙ୍କୁ ହରାଇଛନ୍ତି । ଧିରେ ଧିରେ ଏହି ପରିସ୍ଥିତି ସହ ସମସ୍ତେ ମୁକାବିଲା କରୁଛନ୍ତି । ପରିବାର ସଦସ୍ୟ ପାଖରେ ଥିଲେ ଏହି ପରିସ୍ଥିତିର ମୁକାବିଲା କରିବା ସହଜ ହୋଇଥାଏ ବୋଲି କହିଛନ୍ତି ଡଃ ଅଜୟ । ତେବେ ଏପରିସ୍ଥଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଦୁର୍ଘଟଣାସ୍ଥଳ ଗସ୍ତ କରି ସେମାନଙ୍କ ଉଦ୍ୟମ ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ଥିବା ଉଦ୍ଧାରକାରୀ ଦଳକୁ ପ୍ରଶଂସା କରିଛନ୍ତି । ଏହାସହ ମୃତକଙ୍କ ପରିବାରଙ୍କୁ ଆଗୁଆ ଅନୁକମ୍ପାରାଶି ମଧ୍ୟ ଘୋଷଣା କରିଛନ୍ତି । ତେବେ ଏବେ ସୁଦ୍ଧା ବିମାନ ଦୁର୍ଘଟଣାରେ 19 ଜଣଙ୍କର ମୃତ୍ୟୁ ଘଟିଛି ।

ABOUT THE AUTHOR

...view details