ଓଡିଶା

odisha

ETV Bharat / bharat

ଗଛରେ ରାକ୍ଷୀ ବାନ୍ଧିଲେ, ସଚେତନତା ବାର୍ତ୍ତା ଦେଲେ - ରାକ୍ଷୀ ବାନ୍ଧି ସଚେତନତାର ବାର୍ତ୍ତା

ଉତ୍ତରପ୍ରଦେଶ ଲକ୍ଷ୍ନୌସ୍ଥିତ ଗୋମତୀ ନଗରରେ ନିଆରା ଦୃଶ୍ୟ । ଏଠାରେ ସମସ୍ତେ ଗଛକୁ ଭାଇ ଡାକି ରାକ୍ଷୀ ବାନ୍ଧିଛନ୍ତି । ଏହାସହ ବୃକ୍ଷର ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି ।

ଫଟୋ ଫଟୋ ସୌଜନ୍ୟ: ଏଏନଆଇ

By

Published : Aug 13, 2019, 11:39 PM IST

ଲକ୍ଷ୍ନୌ: ଗଛ ସୁରକ୍ଷିତ ତ ଆମେ ବି ସୁରକ୍ଷିତ । ରକ୍ଷା ବନ୍ଧନ ଅବ୍ୟବହିତ ପୂର୍ବରୁ ପରିବେଶ ସୁରକ୍ଷା ବାର୍ତ୍ତା ମିଳିଛି । ଆଉ ଏହି ପବିତ୍ର ରାକ୍ଷୀ ବନ୍ଧନକୁ ପରିବେଶ ସହ ସୁନ୍ଦର ଭାବେ ଯୋଡିଛନ୍ତି ଉତ୍ତରପ୍ରଦେଶ ଲକ୍ଷ୍ନୌସ୍ଥିତ ଗୋମତୀ ନଗରବାସୀ । ଏଠାରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ନିଆରା ଢଙ୍ଗରେ ରାକ୍ଷାବନ୍ଧନ ପାଳନ କରାଯାଇଛି । ଗୋମତୀ ନଗରର ଆବାଳବୃଦ୍ଧବନିତା ଗଛରେ ରାକ୍ଷୀ ବାନ୍ଧି ଗଛକୁ ଭାଇ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ଗଛ ଆମର ଭାଇ । ଏଭଳି ଏକ ବାର୍ତ୍ତା ପହଞ୍ଚାଇଛନ୍ତି ସମାଜକୁ । ଗଛ ସଂଖ୍ୟା କମିବାର ପ୍ରଥମ କାରଣ ଜନସଂଖ୍ୟା ବୃଦ୍ଧି । ଗଛ ଥିଲେ ପରିବେଶ ମଧ୍ୟ ସୁରକ୍ଷିତ ରହିବ । ତେଣୁ ଏହି ଚିନ୍ତାଧାରାରେ ଲୋକମାନେ ଗଛକୁ ରାକ୍ଷୀ ବାନ୍ଧିବା ସହ ପୋଷ୍ଟର ଲଗାଇ ସଚେତନତାର ବାର୍ତ୍ତା ଦେଇଛନ୍ତି ।

ABOUT THE AUTHOR

...view details