ଡେରାଡୁନ: ଜୁନ 8ରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ହେଲେ ସ୍ଥାନୀୟ ଲୋକ ଏହି ଯାତ୍ରାକୁ ବିରୋଧ କରିଛନ୍ତି । ସେମାନେ କହିଛନ୍ତି ଯେ, ଏହି ଯାତ୍ରା ଜୁନ 30 ପର୍ଯ୍ୟନ୍ତ ଆରମ୍ଭ ନହେବା ଉଚିତ । ଯାତ୍ରାକୁ ନେଇ ବଦ୍ରିନାଥରେ ଏକ ବୈଠକ ଜାରି ରହିଛି ଯେଉଁଥିରେ ଦେବସ୍ଥାନମ ବୋର୍ଡ, ବାମଣିଗାଓଁ, ମାଣା, ହକୁକ୍କଧାରିୟୋଁ, ହୋଟେଲ, ଆସୋସିଏସନ ଓ ବାଣିଜ୍ୟ ବୋର୍ଡର ସଦସ୍ୟ ଅଛନ୍ତି।
ଜୁନ 8ରେ ଆରମ୍ଭ ହେବ ଚାରିଧାମ ଯାତ୍ରା, ସ୍ଥାନୀୟ ଲୋକଙ୍କ ବିରୋଧ
ଦୀର୍ଘ 2 ମାସରୁ ଉର୍ଦ୍ଧ୍ବ ହେବ ବନ୍ଦ ରହିଛି ସମସ୍ତ ଧାର୍ମିକ ସ୍ଥଳ । ଏହାରି ଭିତରେ ଚାରିଧାମର ସମସ୍ତ ଦ୍ବାର ମଧ୍ୟ ଖୋଲିଛି । ତେବେ ଜୁନ 8 ତାରିଖରେ ଏହି ଯାତ୍ରା ଆରମ୍ଭ କରିବାକୁ ଥିବାବେଳେ ଏବେ ଏହାକୁ ବିରୋଧ କରାଯାଉଛି । ଅଧିକ ପଢନ୍ତୁ...
ବିଶ୍ବରେ ମହାମାରୀ କୋରୋନା ସଂକ୍ରମଣର ଶିଖରରେ ପହଞ୍ଚିଛି ଏବଂ ଯାତ୍ରା ପାଇଁ କୌଣସି ସମ୍ପୂର୍ଣ୍ଣ ବ୍ୟବସ୍ଥା ନାହିଁ । ବିଦ୍ୟୁତ, ଜଳ ମରାମତି ସହିତ ଅନ୍ୟାନ୍ୟ ବନ୍ଦୋବସ୍ତ ପାଇଁ ସମୟ ଲାଗିପାରେ । ବଦ୍ରିନାଥ ଧାମରେ ଏବେ ମଧ୍ୟ ବହୁତ ଥଣ୍ଡା ପଡୁଛି । ଯାତ୍ରା ଆରମ୍ଭ ହେଲେ ସଂକ୍ରମିତର ଭୟ ରହିଛି । ଏନେଇ ସ୍ଥାନୀୟ ବାସିନ୍ଦା ଏସଡିଏମଙ୍କୁ ଭେଟି ନିଜର ମତ ପ୍ରକାଶ କରିଛନ୍ତି । ଏଥି ସହ ଏସଡିଏମ ଜୋସିମଠ କହିଛି ଯେ, ଯାତ୍ରା ପାଇଁ ମୌଳିକ ସୁବିଧା ମରାମତି ପାଇଁ ପ୍ରସ୍ତୁତି ଚାଲିଛି । 2 ରୁ 3 ଦିନ ପରେ ସମସ୍ତ ବ୍ୟବସ୍ଥା ଠିକ ହେବ ।
ସୂଚନାମୁତାବକ, ଉତ୍ତରାଖଣ୍ଡ ସରକାର ମଙ୍ଗଳବାର କହିଥିଲେ ଯେ, ଜୁନ 8ରୁ ଚାରିଧାମ ଯାତ୍ରା ଏକ ସୀମିତ ଢଙ୍ଗରେ ଆରମ୍ଭ ହେବ । ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ମୁଖପାତ୍ର ମଦନ କୌଶିକ କହିଛନ୍ତି ଯେ, ଜୁନ 8ରୁ ଚାରିଧାମ ଯାତ୍ରା ଆରମ୍ଭ ହେବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି ଯାତ୍ରା ଆରମ୍ଭରେ କମ ସଂଖ୍ୟାର କେବଳ ଉତ୍ତରାଖଣ୍ଡର ଶ୍ରଦ୍ଧାଳୁ ପ୍ରଥମେ ଦର୍ଶନ କରିବେ । ଏହାପରେ ସରକାରଙ୍କ ସହ ଆଲୋଚନା ପରେ ସୀମିତ ସଂଖ୍ୟାରେ ବାହାର ରାଜ୍ୟର ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ।