ଓଡିଶା

odisha

ETV Bharat / bharat

'ରାଜନଙ୍କ ଭୁଲ ପାଇଁ ବ୍ୟାଙ୍କ ଭୋଗୁଛନ୍ତି ଦଣ୍ଡ'

ଦେଶରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଥିବା ବେଳେ ଏବେ ଏହାକୁ ନେଇ ମୁହାଁମୁହିଁ ପରିସ୍ଥିତି ଉପୁଜିଲାଣି । ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ବୟାନକୁ ନେଇ ଟାର୍ଗେଟ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

By

Published : Oct 16, 2019, 10:54 PM IST

Updated : Oct 16, 2019, 11:24 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଥିବା ବେଳେ ଏବେ ଏହାକୁ ନେଇ ମୁହାଁମୁହିଁ ପରିସ୍ଥିତି ଉପୁଜିଲାଣି । କିଛିଦିନ ତଳେ ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ମୁହଁ ଖୋଲିବା ପରେ ଏହାକୁ ନେଇ ତିକ୍ତତା ଦେଖାଦେଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସିଧାସଳଖ ରାଜନଙ୍କୁ ଟାର୍ଗେଟ କରିଛନ୍ତି ।

କଲମ୍ବିଆ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ଯେତେବେଳେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରାଜନ ଥିଲେ ସେତେବେଳେ ଦେଶର ସରକାରୀ ବ୍ୟାଙ୍କ ଗୁଡିକ ଦୟନୀୟ ଅବସ୍ଥାକୁ ଚାଲିଆସିଥିଲା । କେବଳ ଏତିକି ସେତେବେଳେ ବ୍ୟବସ୍ଥା ଏମିତି ଥିଲେ ଯେ, କେବଳ ଗୋଟିଏ ଫୋନ କଲ ମାଧ୍ୟମରେ ଲୋନ ମିଳୁଥିଲା ଯାହାର ଦଣ୍ଡ ଏବେ ସରକାରୀ ବ୍ୟାଙ୍କ ମାନେ ଏବେ ଭୋଗୁଛନ୍ତି ।

କେବଳ ରାଜନ ନୁହଁନ୍ତି ପରୋକ୍ଷରେ ସେତେବେଳର ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି ପୂର୍ବ ସରକାରରେ ବ୍ୟାଙ୍କକୁ ଲୋକମାନେ ନଆସି ରାଜନୈତିକ ବଳ ପ୍ରୟୋଗ କରି କେବଳ ଗୋଟିଏ ଫୋନ କଲ ମାଧ୍ୟମରେ ହିଁ ଲୋନ ଉଠାଉଥିଲେ । ଯାହାଫଳରେ ଦେଶରେ ଥିବା ବୃହତ୍ତ ସରକାରୀ ବ୍ୟାଙ୍କ ଏବେ ସମସ୍ୟାରେ ଜୁଝୁଛନ୍ତି।

ତେବେ ସୂଚନାଯୋଗ୍ୟ, କିଛିଦିନ ତଳେ ଭାରତର ଅର୍ଥନୈତିକ ବ୍ୟବସ୍ଥା ଉପରେ ରାଜନ କହିଥିଲେ ଯେ, ଏକପାଖିଆ ନିଷ୍ପତ୍ତି କେବେ ହେଲେ ଫଳପ୍ରଦ ହୁଏ ନାହିଁ । ଏହାସହ ରାତିଅଧିଆ ନୋଟବନ୍ଦୀ ଓ ଜିଏସଟି ପାଇଁ ବି ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ବୋଲି ସେ କହିଥିଲେ ।

Last Updated : Oct 16, 2019, 11:24 PM IST

ABOUT THE AUTHOR

...view details