ଓଡିଶା

odisha

ETV Bharat / bharat

ଭିଡିଓ କନଫରେନ୍ସିରେ ଭୂମି ପୂଜନରେ ଯୋଗ ଦେବେ ଆଡଭାଣୀ ଓ ଯୋଶୀ - LK Advani, MM Joshi To Attend Ayodhya Ceremony

ଗତ ସପ୍ତାହରେ ମସଜିଦ ଭାଙ୍ଗିବା ଘଟଣାରେ ଜଡିତ ପ୍ରଶ୍ନର ଉତ୍ତର ଦେବା ପାଇଁ ଲକ୍ଷ୍ନୌର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଥିଲେ ଆଡଭାଣୀ। 92 ବର୍ଷୀୟ ଆଡଭାନୀଙ୍କୁ ଚାରି ଘଣ୍ଟା ମଧ୍ୟରେ 100 ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା । ଅଧିକ ପଢନ୍ତୁ...

ଭିଡିଓ କନଫରେନ୍ସି ଜରିଆରେ ଭୂମି ପୂଜନରେ ଯୋଗ ଦେବେ ଆଡଭାଣୀ ଓ ଯୋଶୀ
ଭିଡିଓ କନଫରେନ୍ସି ଜରିଆରେ ଭୂମି ପୂଜନରେ ଯୋଗ ଦେବେ ଆଡଭାଣୀ ଓ ଯୋଶୀ

By

Published : Aug 2, 2020, 2:50 PM IST

ନୂଆଦିଲ୍ଲୀ : ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର । ପୁରା ହେବାକୁ ଯାଉଛି ଭାରତୀୟଙ୍କ ଦୀର୍ଘ ବର୍ଷର ସ୍ବପ୍ନ । ଅଗଷ୍ଟ 5 ତାରିଖରେ ମନ୍ଦିର ନିର୍ମାଣ ପାଇଁ ଅନୁଷ୍ଠିତ ହେବ ଭୂମି-ପୂଜନ । ଏହି ଅପେକ୍ଷିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ । କିନ୍ତୁ ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାଣୀ ଓ ମୂରଲୀ ମନହୋର ଯୋଶୀ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି ।

ତଥାପି ଏମାନେ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ । ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ଦୁଇ ନେତା ମନ୍ଦିର -ପୂଜନରେ ଉପସ୍ଥିତି ରହିବେ । ନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ଶନିବାର ଟ୍ରଷ୍ଟି ପକ୍ଷରୁ ଆଡଭାଣୀ ଓ ମୂରଲୀ ମନୋହର ଯୋଶୀଙ୍କୁ ଫୋନ ଯୋଗେ ନିମନ୍ତ୍ରଣ କରାଯାଇଥିଲା । ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ମଧ୍ୟ ଏହି ଦୁଇ ବରିଷ୍ଠ ନେତାଙ୍କୁ ନିମନ୍ତ୍ରଣ ପଠାଇଛନ୍ତି ।

ସୂଚନାଯୋଗ୍ୟ, 1990 ଶ୍ରୀରାମ ମନ୍ଦିର ନିର୍ମାଣ ଆନ୍ଦୋଳନ ମୁଖ୍ୟ ସୂତ୍ରଧାର ଥିଲେ ଆଡଭାଣୀ ଓ ମନୋହର ଯୋଶୀ । ଗତ ସପ୍ତାହରେ ମସଜିଦ ଭାଙ୍ଗିବା ଘଟଣାରେ ଜଡିତ ପ୍ରଶ୍ନର ଉତ୍ତର ଦେବା ପାଇଁ ଲକ୍ଷ୍ନୌର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଥିଲେ ଆଡଭାଣୀ। 92 ବର୍ଷୀୟ ଆଡଭାନୀଙ୍କୁ ଚାରି ଘଣ୍ଟା ମଧ୍ୟରେ 100 ରୁ ଅଧିକ ପ୍ରଶ୍ନ ପଚରାଯାଇଥିବାବେଳେ ତାଙ୍କ ଓକିଲଙ୍କ ଅନୁଯାୟୀ ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରାଯାଇଛି।

ସିବିଆଇ ଅନୁସାରେ, ଆଡଭାଣୀ ଏବଂ ଶ୍ରୀ ଯୋଶୀ, ଉମା ଭାରତୀ ଏବଂ କଲ୍ୟାଣ ସିଂଙ୍କ ପରି ଅନ୍ୟ ନେତାମାନେ ମସଜିଦ ବିରୋଧରେ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ । ଯାହାର ଫଳ ସ୍ବରୂପ ମସଜିଦକୁ ଭଙ୍ଗା ଯାଇଥିଲା ।

ABOUT THE AUTHOR

...view details