ଓଡିଶା

odisha

ETV Bharat / bharat

ବିହାର ମହାସମର 2020: ଆଜି ହେବ ଫୈସଲା !

ବିହାର ନିର୍ବାଚନକୁ ଆଜି ବଡ ଫୈସଲା ନେଇପାରେ ଏଲଜେପି । ଏକୁଟିଆ ଲଢିବ ନା ଏନଡିଏ ସହିତ ସାମିଲ ହୋଇ ଲଢିବ ସେନେଇ କରିପାରେ ଘୋଷଣା । ଅଧିକ ପଢନ୍ତୁ...

ବିହାର ମହାସମର 2020: ଆଜି ହେବ ଫୈସଲା !
ବିହାର ମହାସମର 2020: ଆଜି ହେବ ଫୈସଲା !

By

Published : Oct 3, 2020, 12:42 PM IST

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ ଚାଲିଛି ରଣନୀତି ପ୍ରସ୍ତୁତ । ଏନଡିଏରେ ସିଟ୍‌ ଭାଗବଣ୍ଟା ସାଙ୍ଗକୁ LJPକୁ ନେଇ ଲାଗି ରହିଛି ସସ୍‌ପେନ୍ସ । ଏଲଜେପି(ଲୋକ ଜନଶକ୍ତି ପାର୍ଟି) ଚଳିତ ବିଧାନସଭା ନିର୍ବାଚନରେ ଏକୁଟିଆ ଲଢିବ ନା ଏନଡିଏ ସହିତ ସାମିଲ ହୋଇ ଲଢିବ, ସେନେଇ ଚାଲିଛି ଚର୍ଚ୍ଚା ।

ତେବେ ଏହି ଚର୍ଚ୍ଚାର ଆଜି ହୋଇପାରେ ଅନ୍ତ । ଏନେଇ ସନ୍ଧ୍ୟା 5ଟାରେ ବସୁଛି ଏଲଜେପିର କେନ୍ଦ୍ରୀୟ ସଂସଦୀୟ ବୋର୍ଡ ବୈଠକ । ବିଧାନସଭା ନିର୍ବାଚନ ପୂର୍ବରୁ ଏଲଜେପି ଏହି ବୈଠକ କରୁଥିବାରୁ ଏଠାରେ ହିଁ କିଛି ନିଷ୍ପତ୍ତି ଗ୍ରହଣ କରାଯାଇପାରେ ବୋଲି କୁହାଯାଉଛି ।

ଗତକାଲି ଏଲଜେପି ଅଧ୍ୟକ୍ଷ ଚିରାଗ ପାଶୱାନ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ । ବୈଠକରେ ଏଲଜେପିକୁ 27 ବିଧାନସଭା ଓ ଦୁଇଟି ବିଧାନପରିଷଦ ପାଇଁ ବିଜେପି ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି । ଯାହାକୁ ଚିରାଗ ଗ୍ରହଣ କରିବେ କି ନା ତାହା ଆଜିର ବୈଠକରେ ସ୍ପଷ୍ଟ ହୋଇଯିବ ।

ତେବେ ଏଲଜେପି 42 ସିଟ୍‌ ପାଇଁ ଦାବି କରୁଥିବାବେଳେ ବିଜେପି ପକ୍ଷରୁ 27+2 ସିଟ୍‌ ର ପ୍ରସ୍ତାବ ଦିଆଯାଇଥିବା କୁହାଯାଉଛି । ଯାହାକୁ ଦଳ ଗ୍ରହଣ କରିନପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଏହି ପ୍ରସ୍ତାବରେ ଯଦି ଦଳ ରାଜି ନହୁଏ ତେବେ ଏନଡିଏରୁ ଅଲଗା ହୋଇ 143 ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି ସୂଚନା ମିଳୁଛି ।

କେତେ ସିଟ୍‌ରେ ଲଢିବେ ବିଜେପି-ଜେଡିୟୁ ?

ସୂତ୍ର ଅନୁସାରେ, ବିଜେପି ଓ ଜେଡିୟୁ ମଧ୍ୟ 50-50 ଫର୍ମୁଲା ଅନୁସାରେ ସିଟ୍‌ ଭାଗବଣ୍ଟା ହୋଇଛି । ସମୁଦାୟ 243 ଆସନ ମଧ୍ୟରୁ ବିଜେପି 121 ଓ ଜେଡିୟୁ 122 ଆସନରେ ନିଜ ପ୍ରାର୍ଥୀ ଦେଇପାରନ୍ତି । ବିଜେପି ନିଜ କୋଟାରୁ ଏଲଜେପିକୁ ଆସନ ଦେଇପାରେ, ଯେତେବେଳେକି ଜେଡିୟୁ ନିଜ କୋଟାରୁ ଜିତନ ରାମ ମାଝିଙ୍କ ପାର୍ଟି ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାକୁ ଦେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details