ଓଡିଶା

odisha

ETV Bharat / bharat

ବିହାର ବିଧାନସଭା ନିର୍ବାଚନ: ଲାଇଭ୍‌ ଅପଡେଟ୍‌ - ଲାଇଭ୍‌ ଅପଡେଟ୍‌

ବିହାର ବିଧାନସଭା ନିର୍ବାଚନ
ବିହାର ବିଧାନସଭା ନିର୍ବାଚନ

By

Published : Nov 7, 2020, 7:05 AM IST

Updated : Nov 7, 2020, 6:49 PM IST

18:46 November 07

6 ଟା ସୁଦ୍ଧା 56.12 ପ୍ରତିଶତ ମତଦାନ

 ବିହାର ବିଧାନସଭା ନିର୍ବାଚନର ସଂନ୍ଧ୍ୟା 6 ଟା ସୁଦ୍ଧା ମୋଟ 56.12 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । 

18:29 November 07

ବିହାର ନିର୍ବାଚନ: ମତଦାନ ଶେଷ, 10 ରେ ଫଳାଫଳ

ବିହାର ବିଧାନସଭା ନିର୍ବାଚନ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ନିର୍ବାଚନରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତା 10 ତାରିଖରେ ଆସିବ ଫଳାଫଳ ।

17:43 November 07

ଅପରାହ୍ନ 5 ଟା ପର୍ଯ୍ୟନ୍ତ ମତଦାନ 54.06 ପ୍ରତିଶତ

ବିହାରରେ ଚାଲିଛି ତୃତିୟ ପର୍ଯ୍ୟାୟର ନିର୍ବାଚନର ଅନ୍ତିମ ମତଦାନ । ଅପରାହ୍ନ 5 ଟା ସୁଦ୍ଧା ମତଦାନ କେନ୍ଦ୍ରରେ 54.06 ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି ।

17:13 November 07

ବିହାର ନିର୍ବାଚନ: ମତଦାନ ବେଳେ ଗୁଳିକାଣ୍ଡରେ ଜଣେ ମୃତ

ବିହାର ନିର୍ବାଚନରେ ଗୁଳିକାଣ୍ଡ । ମତଦାନ ବେଳେ କୁଖ୍ୟାତ ବିଟୁ ସିଂଙ୍କ ଭାଇ ବିନୁ ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି । 

15:18 November 07

ଅପରାହ୍ନ 3ଟା ପର୍ଯ୍ୟନ୍ତ 45.85 ପ୍ରତିଶତ ମତଦାନ

ପାଟନା: ବିହାରରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଅପରାହ୍ନ 3 ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ମୋଟ 45.85 ପ୍ରତିଶତ ମତଦାନ ହୋଇଛି । ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ ମତଦାନ ।

13:30 November 07

ଦିନ 1ଟା ସୁଦ୍ଧା 34.82 ପ୍ରତିଶତ ମତଦାନ

ବିହାରରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି । ଦିନ 1ଟା ସୁଦ୍ଧା 34.82 ପ୍ରତିଶତ ମତଦାନ । 

13:08 November 07

କୋଟିହାରରେ ପୋଲିସର ଲାଠିଚାର୍ଜ

ବିହାର ନିର୍ବାଚନ । କୋଟିହାରରେ ପୋଲିସର ଲାଠିଚାର୍ଜ । ଭିଡକୁ ନିୟନ୍ତ୍ରଣ କରିବାକୁ ଲାଠିଚାର୍ଜ କଲା ପୋଲିସ । ଫଲକା ଥାନାର ବୁଥ ନମ୍ବର 86ର ଘଟଣା । 

11:52 November 07

11ଟା ସୁଦ୍ଧା 19.74 ପ୍ରତିଶତ ମତଦାନ

ବିହାରରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି । ଦିନ 11ଟା ସୁଦ୍ଧା 19.74 ପ୍ରତିଶତ ମତଦାନ । 

09:53 November 07

ସକାଳ 9ଟା ସୁଦ୍ଧା 7.96 ପ୍ରତିଶତ ମତଦାନ

ବିହାରରେ ଜାରି ରହିଛି ମତଦାନ । ସକାଳ 9ଟା ସୁଦ୍ଧା 7.96 ପ୍ରତିଶତ ମତଦାନ । 

09:53 November 07

ମତଦାନରେ ସାମିଲ ହେଲେ ହେଭିୱେଟ

ମତଦାନରେ ସାମିଲ ହେଲେ ହେଭିୱେଟ । ମତଦାନ କଲେ ରାଜ୍ୟସଭା ସାଂସଦ ଅହମ୍ମଦ ଆଶଫାକେ କରିମ । କଂଗ୍ରେସ ନେତ୍ରୀ ଶୁଭାସିନୀ ରାଜରାଓ ମଧ୍ୟ ଦେଲେ ଭୋଟ ।

09:31 November 07

ବିପୁଳ ସଂଖ୍ୟାରେ ଯୁବଗୋଷ୍ଠୀ ମତଦାନ କରିବାକୁ ଅମିତ ଶାହଙ୍କ ଆହ୍ବାନ

ବିହାର ନିର୍ବାଚନ ପାଇଁ ବିପୁଳ ସଂଖ୍ୟାରେ ଯୁବଗୋଷ୍ଠୀ ମତଦାନ କରିବାକୁ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହଙ୍କ ଆହ୍ବାନ । ବିହାରରେ ସୁଶାସନ ଜାରି ରଖିବାକୁ ଅଧିକ ସଂଖ୍ୟାରେ ଆସି ମତଦାନ କରିବାକୁ ସେ ଆହ୍ବାନ କରିଛନ୍ତି । 

08:35 November 07

ବିହାର ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍‌

ବିହାର ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍‌ । ସମସ୍ତ ଭୋଟର ଏହି ଉତ୍ସବରେ ସାମିଲ ହେବାକୁ କଲେ ନିବେଦନ । ସାମାଜିକ ଦୂରତା ରକ୍ଷା କରି ମାସ୍କ ପିନ୍ଧି ମତଦାନ କରିବାକୁ କହିଲେ ମୋଦି । 

08:23 November 07

ସକାଳ 8ଟା ସୁଦ୍ଧା 3.9 ପ୍ରତିଶତ ମତଦାନ

ବିହାରରେ ଜାରି ରହିଛି ମତଦାନ । ସକାଳ 8ଟା ସୁଦ୍ଧା 3.9 ପ୍ରତିଶତ ମତଦାନ । 

07:17 November 07

78ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଜାରି

78ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଜାରି । 1204 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ସେପଟେ ବାଲ୍ମିକୀ ନଗର ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ । 

06:53 November 07

ବିହାର ଶେଷ ପର୍ଯ୍ୟାୟ ନିର୍ବାଚନ: 78ଟି ସିଟ୍‌ରେ ଚାଲିଛି ଭୋଟ ଗ୍ରହଣ

ବିହାର ଶେଷ ପର୍ଯ୍ୟାୟ ନିର୍ବାଚନ

ପାଟନା: ବିହାର ବିଧାନସଭାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ 78 ଆସନରେ ଭୋଟ ଗ୍ରହଣ କରାଯାଉଛି । 12 ମନ୍ତ୍ରୀଙ୍କ ସମେତ ଅନେକ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ମୋଟ 2.34 କୋଟି ମତଦାତା ଆଜି ନିଜର ମତଦାନ ସାବ୍ୟସ୍ତ କରିବେ ।  

Last Updated : Nov 7, 2020, 6:49 PM IST

ABOUT THE AUTHOR

...view details