ଓଡିଶା

odisha

ETV Bharat / bharat

କବିତା ସହ ପ୍ରଧାନମନ୍ତ୍ରୀ ଓ ଯବାନଙ୍କୁ ରାକ୍ଷୀ ପଠାଇଲେ କୁନିଝିଅ ମନ୍ତ୍ରୀତା - ରକ୍ଷାବନ୍ଧନ

ଅଗଷ୍ଟ 15 ଆଉ ରକ୍ଷାବନ୍ଧନ ସମାନ ଦିନରେ ପଡିଥିବାରୁ ଦେଶର ରକ୍ଷା କବଚ ସାଜିଥିବା ଯବାନ ଓ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ପଠାଇଛନ୍ତି ମଧ୍ୟ ପ୍ରଦେଶର କୁନି ଝିଅ ମନ୍ତ୍ରୀତା ।

କବିତା ସହ ପ୍ରଧାନମନ୍ତ୍ରୀ ଓ ଯବାନଙ୍କୁ ରାକ୍ଷୀ ପଠାଇଲେ କୁନିଝିଅ ମନ୍ତ୍ରୀତା

By

Published : Aug 15, 2019, 8:10 PM IST

Updated : Aug 15, 2019, 11:32 PM IST

ଭୋପାଳ: ପ୍ରତ୍ୟେକ ବର୍ଷଭଳି ଚଳିତବର୍ଷ ମଧ୍ୟ କୁନି ଝିଅ ମନ୍ତ୍ରୀତା ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ନିମନ୍ତେ ରାକ୍ଷୀ ପଠାଇଛନ୍ତି । କିନ୍ତୁ ସବୁଠୁ ବଡ କଥା ହେଉଛି ସେ ଯବାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ଓ ଏକ ସୁନ୍ଦର କବିତାଟିଏ ପ୍ରେରଣ କରିଛନ୍ତି। ତାଙ୍କ କହିନୁଯାୟୀ ଭାଇଟିଏ ଯେଉଁଭଳି ଭଉଣୀ ର ସୁରକ୍ଷା କବଚ ସଦୃଶ ବିପଦ ଆପଦରେ ଠିଆ ହୋଇଥାଏ । ସେହିପରି ଯବାନ ବି ଦେଶର ଭାଇ ଓ ଭଉଣୀମାନଙ୍କୁ ସୁରକ୍ଷା ଯୋଗାଇ ଥାଆନ୍ତି । ସେଥିପାଇଁ ସେ ଯବାନଙ୍କୁ ଭାଇଭଳି ଗ୍ରହଣ କରିବା ସହ କିଛିବର୍ଷ ହେବ ରାକ୍ଷୀ ପଠାଉଛନ୍ତି ।

କବିତା ସହ ପ୍ରଧାନମନ୍ତ୍ରୀ ଓ ଯବାନଙ୍କୁ ରାକ୍ଷୀ ପଠାଇଲେ କୁନିଝିଅ ମନ୍ତ୍ରୀତା

ଯବାନଙ୍କ ଭଳି ପ୍ରଧାନମନ୍ତ୍ରୀ ମଧ୍ୟ ଦେଶକୁ ସୁରକ୍ଷା ଦେବା ପାଇଁ ଅହରହ ସଙ୍ଘର୍ଷ ଜାରି ରଖିଛନ୍ତି । ସେଥିପାଇଁ ତାଙ୍କୁ ମଧ୍ୟ ମନ୍ତ୍ରୀତା ରାକ୍ଷୀ ପଠାଇଛନ୍ତି । ଆଉ କବିତା ଲେଖିବା ପଛର ରହସ୍ୟ ହେଉଛି ଜାମ୍ମୁ ଓ କାଶ୍ମୀର ରୁ ଅନୁଛେଦ 370 ଏବଂ 35ଏ ଉଛେଦ ଦେଶର ଐତିହାସିକ ବିଜୟ ଥିଲା । ସେ ପଠାଇଥିବା ପ୍ୟାକେଟରେ ସିନ୍ଦୁର, ଅରୁଆ ଚାଉଳ, ଗ୍ରିଟିଙ୍ଗ୍ସ ଓ ରାକ୍ଷୀ ରହିଛି । ଝିଅର ଏଭଳି କାର୍ଯ୍ୟକୁ ଦେଖି ବେଶ ଖୁସିଥିବା କହନ୍ତି ‘ମା’ ।

ଶୁଣନ୍ତୁ ଝିଅଟି ଲେଖିଥିବା କବିତାର କିଛି ଅଂଶ......

କବିତା କହୁଛି ମନ୍ତ୍ରିତା

ବ୍ଯୁରୋ ରିପୋର୍ଟ ଇଟିଭି ଭାରତ

Last Updated : Aug 15, 2019, 11:32 PM IST

ABOUT THE AUTHOR

...view details