ଲକ୍ଷ୍ନୌ: ନାଗରିକତା ସଂଶୋଧନ ଅଧିନିୟମ ଅନ୍ତର୍ଗତ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ। ଏଥିପାଇଁ ଶରଣାର୍ଥୀ ଚିହ୍ନଟ ଆରମ୍ଭ ହୋଇସାରିଲାଣି । ଉତ୍ତରପ୍ରଦେଶରେ ପ୍ରଥମେ ଏହାର କାର୍ଯ୍ୟ ଆରମ୍ଭ ହୋଇଛି।
ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବା ନେଇ ୟୁପିରେ ପ୍ରକ୍ରିୟା ଆରମ୍ଭ - List of migrants for citizenship
ନାଗରିକତା ସଂଶୋଧନ ଅଧିନିୟମ ଅନ୍ତର୍ଗତ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ। ଏଥିପାଇଁ ଶରଣାର୍ଥୀ ଚିହ୍ନଟ ଆରମ୍ଭ ହୋଇ ସାରିଲାଣି। ଉତ୍ତରପ୍ରଦେଶରେ ପ୍ରଥମେ ଏହାର କାର୍ଯ୍ୟ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...
ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ ନେଇ ୟୁପିରେ ଆରମ୍ଭ ହେଲା ପ୍ରକ୍ରିୟା
ରାଜ୍ୟର ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ତାଲିକା ପ୍ରସ୍ତୁତ ପାଇଁ କୁହାଯାଇଛି। ଏହି ପ୍ରକ୍ରିୟା ଜରିଆରେ ରାଜ୍ୟରେ ଥିବା ଅନୁପ୍ରବେଶକାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇ ପାରିବ। ଏହି ତାଲିକା ଦ୍ବାରା ରାଜ୍ୟରେ ଥିବା ପ୍ରକୃତ ହିତାଧିକାରୀଙ୍କୁ ନାଗରିକତା ପ୍ରଦାନ କରାଯିବ। ଦେଶରେ ପ୍ରଥମ ଥର ଏପରି ଏକ ତାଲିକା ପ୍ରସ୍ତୁତ କରାଯିବ। ସରକାର ରାଜ୍ୟରେ ଥିବା ଅବୈଧ ମୁସଲିମ୍ ପ୍ରବାସୀଙ୍କ ବିଷୟରେ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସୂଚନା ଦେବେ । ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତରପ୍ରଦେଶରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ଏଥିରେ 28ଜଣଙ୍କ ମୃତ୍ୟୁ ହୋଇଥିଲା।