ନୂଆଦିଲ୍ଲୀ: ହୋମ ଡେଲିଭରି ପାଇଁ ଅନୁମତି ମାଗିଲେ ମଦ ମାଲିକ । ମଦ ହୋମ ଡେଲିଭରି ପାଇଁ ଦିଲ୍ଲୀ ସରକାରଙ୍କୁ ଅନୁମତି ମାଗିଲେ ଭାରତୀୟ ମଦ ଶିଳ୍ପର ଏକ ଶୀର୍ଷ ଗ୍ରୁପ । ଶିଳ୍ପ କହିଛି ଯେ, ମଦ ଦୋକାନମାନଙ୍କରେ ଲୋକମାନେ ସାମାଜିକ ଦୂରତା ବଜାୟ ରଖୁନାହାଁନ୍ତି । ଏଣୁ ଏଭଳି ସ୍ଥିତିରେ ମଦ ସିଧାସଳଖ ଘରେ ବିତରଣ କରିବାକୁ ଅନୁମତି ଦିଆଯିବା ଉଚିତ୍।
କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆଲକହଲିକ ବେବରେଜ କମ୍ପାନୀନିଜ୍ (ସିଆଇବିସି) କହିଛି ଯେ, ସରକାର ମଦ ବିକିବା ପାଇଁ ଟୋକେନ୍ ସିଷ୍ଟମକୁ ମଧ୍ୟ ଅନୁମତି ଦେଇପାରନ୍ତି।ଏହାଦ୍ବାରା ଭିଡ ନିୟନ୍ତ୍ରଣ ହୋଇପାରିବ ।
ତେବେ ଦିଲ୍ଲୀରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ମଦ ଦୋକାନରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ସିଆଇଏବିସି ମହାନିର୍ଦ୍ଦେଶକ ବିନୋଦ ଗିରି କହିଛନ୍ତି ଯେ, ମଦର ଅନଲାଇନ୍ ବୁକିଂ ମାଧ୍ୟମରେ ମଦ ଦୋକାନ ଆଗରେ ଭିଡକୁ କମା ଯାଇପାରିବ । ଗିରି କହିଛନ୍ତି, ଆମେ ଦିଲ୍ଲୀ ସରକାରଙ୍କ ନିକଟକୁ ଯାଇ ମଦ ହୋମ ଡେଲିଭରୀ ଉପରେ ବିଚାର କରିବାକୁ କହିବୁ। ମଦ ହୋମ ଡେଲିଭରୀ ସୁରକ୍ଷିତ ଅଟେ ଏବଂ ଏଥିରେ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ।