ନୂଆଦିଲ୍ଲୀ: ଚୋରା ମଦ କାରବାର ଅଭିଯୋଗରେ 4 ଗିରଫ । ଚୋରା ମଦ କାରବାର ସମ୍ପୃକ୍ତି ନେଇ 3 ଜଣିଆ ଆନ୍ତଃରାଜ୍ୟ ଦଳକୁ ଗିରଫ କରିଛି ଦିଲ୍ଲୀ ପୁଲିସ। ସେମାନେ ହେଲେ ଦିଲ୍ଲୀ ନଜଫଗଡ ଅଞ୍ଚଳର ଦୀପକ, ସାଗର ଓ ହିମାଂଶୁ। ସେମାନଙ୍କ ଠାରୁ 2ହଜାର 7ଶହ ଲିଟର ଦେଶି ମଦ ସହ ଦୁଇ କାର ଜବତ କରାଯାଇଛି।
ଚୋରା ମଦ କାରବାର କରି 4 ଗିରଫ - ଚୋରା ମଦ ଜବତ
ଚୋରା ମଦ କାରବାର ଅଭିଯୋଗରେ 4 ଗିରଫ । 2 ହଜାର 7ଶହ ଲିଟର ଦେଶୀ ମଦ ସହ ଦୁଇ କାର ଜବତ। ଅଧିକ ପଢନ୍ତୁ....

ଚୋରା ମଦ ଜବତ
ଦିଲ୍ଲୀ ଓ ନଜଫଗଡ ଅଞ୍ଚଳରେ ସେମାନେ ମଦ ଚୋରା ଚାଲାଣ କରୁଥିବା ପୋଲିସ କହିଛି । ସେହିଭଳି ରାଜଧାନୀର ଆଉ ଏକ ଅଞ୍ଚଳରୁ, ଏକ କାରରୁ 60 ପେଟି ଚୋରା ମଦ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ଶିରସାପୁର ଚନ୍ଦ୍ରପାର୍କର ମୋହିତ ବୋଲି ଜଣାଡିଛି। ଏହି ଦୁଇ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।