ଶ୍ରୀନଗର: ଲକଡାଉନରେ ଜମ୍ମୁ କାଶ୍ମୀରରେ ଖୁବ ଶିଘ୍ର ମଦ ବିକ୍ରି ହୋଇପାରେ ଆରମ୍ଭ । ମଦ ଉପରେ ଅତିରିକ୍ତ ବିକ୍ରୟ ଏକ୍ସାଇଜ୍ ଡ୍ୟୁଟି ଲାଗୁ କରିବାକୁ ଅର୍ଥ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଜ୍ଞପ୍ତି 18 ମଇ 2020 ଠାରୁ କାର୍ଯ୍ୟକାରୀ ହେବ। ବିଜ୍ଞପ୍ତି ଅନୁଯାୟୀ, IMFL ଏବଂ IFL ବିଭିନ୍ନ ପ୍ରକାରର ମଦ ଉପରେ 50 ପ୍ରତିଶତ ଅତିରିକ୍ତ ବିକ୍ରୟ ଏକ୍ସାଇଜ୍ ଡ୍ୟୁଟି ଆଦାୟ କରାଯିବ।
ଜମ୍ମୁ କଶ୍ମୀରରେ 50 ପ୍ରତିଶତ ମହଙ୍ଗା ହେଲା ମଦ, ଖୁବଶୀଘ୍ର ଆରମ୍ଭ ହୋଇପାରେ ବିକ୍ରି - Liquor news
କୋରୋନା ପାଇଁ ସମଗ୍ର ଦେଶରେ ଜାରି ରହିଛି ଲକଡାଉନ । ଏହି ସମୟରେ 3ୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ପରଠାରୁ କେନ୍ଦ୍ର ସରକାରଙ୍କ ଅନୁମତି ପରେ ପ୍ରାୟ ସମସ୍ତ ରାଜ୍ୟରେ ମଦ ବିକ୍ରି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...
![ଜମ୍ମୁ କଶ୍ମୀରରେ 50 ପ୍ରତିଶତ ମହଙ୍ଗା ହେଲା ମଦ, ଖୁବଶୀଘ୍ର ଆରମ୍ଭ ହୋଇପାରେ ବିକ୍ରି ଜମ୍ମୁକଶ୍ମୀରରେ 50 ପ୍ରତିଶତ ମହଙ୍ଗା ହେଲା ମଦ](https://etvbharatimages.akamaized.net/etvbharat/prod-images/768-512-7241798-69-7241798-1589784605784.jpg)
ଦିଲ୍ଲୀ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ହରିୟାଣା, ତାମିଲନାଡୁ ଭଳି ରାଜ୍ୟ ମଦ୍ୟପାନର ମୂଲ୍ୟ ବୃଦ୍ଧି କରିସାରିଛନ୍ତି । ଲକଡାଉନ୍ 4.0ରେ, ଦିଲ୍ଲୀ ସରକାର ମଦ ଦର ବୃଦ୍ଧି କରି ଏମଆରପି ଉପରେ 70 ପ୍ରତିଶତ କୋରୋନା ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ । ଦିଲ୍ଲୀ ବ୍ୟତୀତ ଆନ୍ଧ୍ରପ୍ରଦେଶ ମଧ୍ୟ ମଦ ଦର 75% ବୃଦ୍ଧି କରିଛି ।
ନିକଟରେ ମଦ ବିକ୍ରି ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିସହ ଓକିଲଙ୍କ ଉପରେ ଏକ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଛି । ଶୁକ୍ରବାର ଏହି ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଭଳି ଆବେଦନ କରାଯାଇପାରିବ ନାହିଁ। ଏହା କେବଳ ପ୍ରଚାର ପାଇଁ କରାଯାଉଛି । ଯଦି ଏପରି କରାଯାଏ, ତେବେ ଏହା ଉପରେ ଜୋରିମାନା ଲାଗିବ ।