ଓଡିଶା

odisha

ETV Bharat / bharat

କୋରୋନା ଭୟ: ନାଗପୁରରେ ମଦ ଓ ପାନ ଦୋକାନ ବନ୍ଦ - corona virus

ଶିକ୍ଷାନୁଷ୍ଠାନ ସପିଂ ମଲ ପରେ ଏବେ ମଦ ଓ ପାନ ଦୋକାନ ବନ୍ଦ । ଏହାସହ ନାଗପୁରର ରେସ୍ତୋରାଁ ମଧ୍ୟ ହୋଇଛି ବନ୍ଦ । ଅଧିକ ପଢନ୍ତୁ..

liquor and paan shops to be closed till march 31 in nagpur
ପ୍ରତିକାତ୍ମକ ଫଟୋ

By

Published : Mar 19, 2020, 9:18 AM IST

ମୁମ୍ବାଇ: ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 151 ଛୁଇଁଲାଣି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସମେତ ରାଜ୍ୟ ସରକାର ଏବେ ଚିନ୍ତାରେ । ସେମାନଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରେ 43 ଜଣ ଚିହ୍ନଟ ହୋଇଛନ୍ତି । ଏବେ କୋରୋନାର ମୁକାବିଲା ପାଇଁ ମହାରାଷ୍ଟ୍ରର ଏକାଧିକ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଅଣ୍ଟା ଭିଡିଛନ୍ତି ।

ପ୍ରତିକାତ୍ମକ ଫଟୋ

ପୂର୍ବରୁ ଶିକ୍ଷାନୁଷ୍ଠାନ ଏବଂ ଜନଗହଳୀପୂର୍ଣ୍ଣ ସ୍ଥାନରେ କଟକଣା ଲଗାଯାଇଥିଲା । ହେଲେ ଏବେ ମଦ ଓ ପାନ ଦୋକାନ ମଧ୍ୟ ହୋଇଛି ବନ୍ଦ । ଏହାସହ ରାଜ୍ୟରେ ଥିବା ସମସ୍ତ ବାର ଏବଂ ପବ୍ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନାଗପୁର, ପୁଣେ ଏବଂ ଛିଞ୍ଚୱାଡାରେ ଥିବା ସମସ୍ତ ମଦ, ପାନ ଦୋକାନ ଏବଂ ରେସ୍ତୋରାଁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହିସବୁ ସ୍ଥାନରେ ପ୍ରତିଦିନ ପ୍ରବଳ ଭିଡ ଜମୁ ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଲାଗୁ କରାଯାଇଥିବା ସୂଚନା ଦେଲେ ନାଗପୁର ଜିଲ୍ଲାପାଳ ରବୀନ୍ଦ୍ର ଠାକରେ ।

ABOUT THE AUTHOR

...view details