ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନେତାଙ୍କ କଥା ମଧ୍ୟ ସେତେ ବିଗିଡିବାରେ ଲାଗିଛି । ପ୍ରତିଦିନ କୌଣସି ନା କୌଣସି ଦଳର ନେତା ନିଜ ବିବାଦୀୟ ବୟାନଯୋଗୁଁ ଚର୍ଚ୍ଚାରେ ରହୁଛନ୍ତି । ନିଜ ବିବାଦୀୟ ମନ୍ତବ୍ୟ ଯୋଗୁଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶ ବଲିୟାର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ପୁଣି ଥରେ ଏକ ଟିପ୍ପଣୀ ଦେଇଛନ୍ତି । ତେବେ ଏଥର ସେ କଂଗ୍ରେସପୂର୍ବ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନେଇଆପତ୍ତିଜନକ ଟିପ୍ପଣୀଦେଇଛନ୍ତି । ଅଭିନେତ୍ରୀସପନା ଚୌଧୁରୀଙ୍କୁସେସୋନିଆଙ୍କ ସହତୁଳନା କରିଛନ୍ତି । ସପନା ଚୌଧୁରୀଙ୍କ କଂଗ୍ରେସରେ ସାମିଲ ହେବାକୁ ନେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି ।
ସୋନିଆଙ୍କୁ ମିଳିଗଲା ବୋହୂ !
ଅଭିନେତ୍ରୀ ତଥା ଡ୍ୟାନ୍ସର ସପନା ଚୌଧୁରୀଙ୍କୁ ସୋନିଆ ଗାନ୍ଧୀଙ୍କ ସହ ତୁଳନା କଲେ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ। ସପନା ଏବଂ ସୋନିଆ ଦୁହେଁ ନର୍ତ୍ତକୀ ବୋଲି ସେ କହିଛନ୍ତି ।
ଏକସାକ୍ଷାତକାରରେ ସେ କହିଛନ୍ତି, ରାହୁଲ ଗାନ୍ଧୀସପନାଙ୍କୁ ଆପଣାଇ ନେଇଛନ୍ତି । ସେ ଏଭଳି କରି ଠିକ୍ କରିଛନ୍ତି । କାରଣ ସପନା ତାଙ୍କ ବଂଶ ଏବଂ ପରମ୍ପରାକୁ ଆଗକୁ ବଢାଇବେ । ରାହୁଲଙ୍କ ମା’ସୋନିଆ ଗାନ୍ଧୀ ମଧ୍ୟ ଇଟାଲୀରେ ଥିବା ବେଳେ ଏହି ପେଶାରେ ଥିଲେ । ଯେଭଳି ରାହୁଲଙ୍କ ପିତା ସୋନିଆଙ୍କୁ ଆପଣାଇ ଥିଲେ ରାହୁଲ ସେମିତି ସପନାଙ୍କୁ ଆପଣାଇ ନୂଆ ରାଜନୈତିକ କ୍ୟାରିଅରଆରମ୍ଭ କରନ୍ତୁ । ସବୁଠୁ ଭଲ କଥା ହେଉଛି ଶାଶୂଏବଂ ବୋହୂସମାନ ପେଶା ଏବଂ ପରମ୍ପରାରେ ରହିବା ନେଇ କଟାକ୍ଷ କରିଛନ୍ତିବିଜେପି ବିଧାୟକ ।
ସୂଚନା ଯୋଗ୍ୟ, ହରିୟାଣାର ଅଭିନେତ୍ରୀସପନା ଚୌଧୁରୀ ଗତକାଲି କଂଗ୍ରେସରେ ଯୋଗ ଦେଇଥିବା ନେଇ କେତେକ ଗଣମାଧ୍ୟମରେ ଖବର ଆସିଥିଲା । କିନ୍ତୁ ଏହି ଖବରକୁ ମିଥ୍ୟା କହିଏଥିରେ ବିରାମ ଲଗାଇଥିଲେ ସପନା ।