ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ତାଲାବନ୍ଦ ପରେ ଏବେ ବିଭିନ୍ନ ସ୍ଥାନରେ କଟକଣା କୋହଳ କରାଯାଇଛି । ତେବେ ଏହି ପରିସ୍ଥିତିରେ ଭୂତାଣୁ ଠାରୁ ସୁରକ୍ଷା ପାଇଁ ଦିଲ୍ଲୀ ସରକାର ଏକ ଆପ ‘ଲଞ୍ଚସେଣ୍ଟର’ ଲଞ୍ଚ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ଆରୋଗ୍ୟ ସେତୁ ଭଳି ଏହି ଆପ କୋରୋନା ସଂକ୍ରମଣ ରୋକିବାରେ ସାହାଯ୍ୟ କରିବ ।
ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ କୋରୋନା ଭୂତାଣୁ ସମ୍ବନ୍ଧୀୟ ସମସ୍ତ ସୂଚନା ଦେବା ପାଇଁ ମୋବାଇଲ ଆପ ସରକାର ଆରମ୍ଭ କରିବେ । ଆରୋଗ୍ୟ ସେତୁ ମୋବାଇଲ ଆପ ନିକଟରେ ଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିଥାଏ । ଏହି ଢାଞ୍ଚାରେ ଦିଲ୍ଲୀ ସରକାର ମଧ୍ୟ ମୋବାଇଲ ଆପ ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ଏହାର ପରୀକ୍ଷା ଚାଲିଛି । ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ମୋବାଇଲ ଆପ ଲଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି ।