ରାୟପୁର:ଆକାଶରୁ ଖସିଲା ମୃତ୍ୟୁ । ଛତିଶଗଡର ବିଭିନ୍ନ ସ୍ଥାନରେ ବଜ୍ରପାତରେ 3 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଫାଷ୍ଟରପୁର ପୋଲିସ ଷ୍ଟେସନର ଅଧିକାରୀ ସୂଚନା ଦେଇଛନ୍ତି । ମୁଙ୍ଗେଲିର କୋସମାରା ଗାଁରେ ସ୍ବାମୀ ଓ ସ୍ତ୍ରୀ କ୍ଷେତରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ସେମାନଙ୍କର ଜୀବନ ଯାଇଥିଲା । ସେହିପରି ଭଥା ଗାଁର ଅନ୍ୟ ଜଣେ କୃଷକ ମଧ୍ୟ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ତେବେ ,ଏମାନଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।
ଛତିଶଗଡରେ ବଜ୍ରପାତ, 3 ମୃତ - ବଜ୍ରାଘାତ ନେଲା 3 ଜୀବନ
ଛତିଶଗଡର ବିଭିନ୍ନ ସ୍ଥାନରେ ବଜ୍ରପାତ । 3 ଜଣ ମୃତ । ଅଧିକ ପଢନ୍ତୁ...
![ଛତିଶଗଡରେ ବଜ୍ରପାତ, 3 ମୃତ Lightning kills 3 persons in Chhattisgarh](https://etvbharatimages.akamaized.net/etvbharat/prod-images/768-512-8445842-thumbnail-3x2-death-jp.jpg)
ବଜ୍ରାଘାତ ନେଲା 3 ଜୀବନ
ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁଁ ସୁକମା ଜିଲ୍ଲାର ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇଯାଇଛି । ଏପରିକି, ଗୋଦାବରୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଗୋଦାବରୀ ନଦୀ ନିକଟରେ ଥିବା ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି ।
@ ANI