ଓଡିଶା

odisha

ETV Bharat / bharat

୨୦୨୧ ଶେଷ ସୁଦ୍ଧା ସ୍ଵାଭାବିକ ହେବନି ଜୀବନଯାତ୍ରା: କୋରୋନା ବିଶେଷଜ୍ଞ

ଆମେରିକାର ପ୍ରଖ୍ୟାତ କୋରୋନା ଭାଇରସ ବିଶେଷଜ୍ଞ ଡ.ଆନ୍ଥୋନୀ ଫାଉଚି କହିଛନ୍ତି ଯେ, ୨୦୨୧ ଶେଷ ସୁଦ୍ଧା ମଧ୍ୟ ଜୀବନ ସ୍ଵାଭାବିକ ହେବାର ଆଶା କମ ରହିଛି । ସେ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଟିକା ପ୍ରସ୍ତୁତ ହୋଇଗଲେ ମଧ୍ୟ ତୁରନ୍ତ ସମସ୍ତ ଲୋକଙ୍କ ପାଖରେ ଟିକା ଉପଲବ୍ଧ ହୋଇ ପାରିବ ନାହିଁ । ଅଧିକ ପଢନ୍ତୁ...

By

Published : Sep 14, 2020, 11:18 AM IST

୨୦୨୧ ଶେଷ ସୁଦ୍ଧା ସ୍ଵାଭାବିକ ହେବନି ଜୀବନଯାତ୍ରା: କୋରୋନା ବିଶେଷଜ୍ଞ ଆନ୍ଥୋନୀ
୨୦୨୧ ଶେଷ ସୁଦ୍ଧା ସ୍ଵାଭାବିକ ହେବନି ଜୀବନଯାତ୍ରା: କୋରୋନା ବିଶେଷଜ୍ଞ ଆନ୍ଥୋନୀ

ନୂଆଦିଲ୍ଲୀ: ଆମେରିକାର ପ୍ରଖ୍ୟାତ କୋରୋନା ଭାଇରସ ବିଶେଷଜ୍ଞ ଡ.ଆନ୍ଥୋନୀ ଫାଉଚି କହିଛନ୍ତି ଯେ, ୨୦୨୧ ଶେଷ ସୁଦ୍ଧା ମଧ୍ୟ ଜୀବନ ସ୍ଵାଭାବିକ ହେବାର ଆଶା କମ ରହିଛି। କୋରୋନା ଟିକା ଆମକୁ ସାହାଯ୍ୟ କରିବ ସତ, କିନ୍ତୁ ତାର କିଛି ସର୍ତ୍ତ ରହିବ । କୋରୋନା ଭାଇରସର ଟିକା ପାଇଁ ଜୋରଦାର ପ୍ରୟାସ ଚାଲିଛି। ଆଜି ପର୍ଯ୍ୟନ୍ତ ଯେତେ ବି ଟିକା ଉପରେ କାମ ଚାଲିଛି, ସେଥି ମଧ୍ୟରୁ କୌଣସି ଗୋଟିଏକୁ ୨୦୨୦ ଶେଷ ସୁଦ୍ଧା କିମ୍ବା ୨୦୨୧ରେ ମଞ୍ଜୁରୀ ମିଳିଯିବ।

ଫାଉଚି କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଟିକା ପ୍ରସ୍ତୁତ ହୋଇଗଲେ ମଧ୍ୟ ତୁରନ୍ତ ସମସ୍ତ ଲୋକଙ୍କ ପାଖରେ ଟିକା ଉପଲବ୍ଧ ହୋଇ ପାରିବ ନାହିଁ। ଏମଏସଏନବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଫାଉଚି କହିଛନ୍ତି ଯେ, ଟିକାକୁ ମଞ୍ଜୁରୀ ମିଳିବା ପରେ ବଡ ପରିମାଣରେ ଉତ୍ପାଦନ ଓ ଯୋଗାଣର ଆବଶ୍ୟକତା ରହିଛି । ୨୦୨୧ ମଧ୍ୟଭାଗ କିମ୍ବା ଶେଷ ସୁଦ୍ଧା ଜନସଂଖ୍ୟାର ବଡ ଭାଗକୁ ଟିକା ଦେବା ଏବଂ ସେମାନଙ୍କୁ ସୁରକ୍ଷିତ ରଖାଯିବା କାମ ପୂରା ହୋଇ ପାରିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଯେତେ ସବୁ ଭ୍ୟାକସିନ ଉପରେ କାମ ଚାଲୁଛି, ସେଥିରୁ ଅଧିକାଂଶ ଭ୍ୟାକସିନକୁ ଫ୍ରିଜରେ ଥଣ୍ଡା ରଖିବାକୁ ପଡୁଛି । ଫାଉଚି କହିଛନ୍ତି ଭ୍ୟାକସିନର ଶୀତଳ ଭଣ୍ଡାରକୁ ନେଇ ମଧ୍ୟ ସମସ୍ୟା ଉତ୍ପନ ହୋଇପାରେ। ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବା ପାଇଁ ହେଲେ କୋଲ୍ଡ ଚେନ୍‌ କରିବାକୁ ପଡିବ ବୋଲି ସେ କହିଛନ୍ତି।

ରେସ୍ତୋରାଁ ଏବଂ ବାରରେ ଲୋକଙ୍କ ଭିଡକୁ ନେଇ ଫାଉଚି ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଯୁବକମାନେ ଜାଣିଛନ୍ତି ଯେ, ସେମାନେ ଗୁରୁତର ଅସୁସ୍ଥ ହେବେ ନାହିଁ। କିନ୍ତୁ ସେମାନେ ଭୁଲିଯିବା ଉଚିତ ନୁହେଁ ଯେ ସଂକ୍ରମଣ ହେତୁ ଅନ୍ୟ ଲୋକମାନେ ମଧ୍ୟ ଅସୁସ୍ଥ ହୋଇଯିବେ। ସେ କହିଛନ୍ତି ଯେ ଲୋକମାନେ ମଧ୍ୟ କୋରୋନା ବିଷୟରେ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି, ଯେଉଁ କାରଣରୁ ଏହି ଭୂତାଣୁ ସହ ଲଢିବା ଆହୁରି କଷ୍ଟସାଧ୍ୟ ହୋଇପଡିଛି।

ABOUT THE AUTHOR

...view details