ଓଡିଶା

odisha

ETV Bharat / bharat

ଜନସାଧାରଣ ଏକ୍ସପ୍ରେସରେ 'ଲୌହମାନବ'ଙ୍କ ଜୀବନ ଦର୍ଶନ - ଜନସାଧାରଣ ଏକ୍ସପ୍ରେସରେ 'ଲୌହମାନବ'ଙ୍କ ଜୀବନ ଦର୍ଶନ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 144 ତମ ଜୟନ୍ତୀ ଅକ୍ଟୋବର 31କୁ ଖାସ କରିବାପାଇଁ ରେଳ ବିଭାଗ ପକ୍ଷରୁ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ନିଆଯାଇଛି । ମୁଜଫରପୁରରୁ ଅହମଦାବାଦ ଯାଉଥିବା ଜନସାଧାରଣ ଏକ୍ସପ୍ରେସର ବଗୀରେ ଲୌହମାନବଙ୍କ ଜୀବନୀ ଓ ଫଟୋକୁ ଅଙ୍କା ଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 31, 2019, 11:05 PM IST

ପାଟନା: ଆଜି ଦେଶ ପାଳୁଛି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ । ଏହି ଅବସରରେ ମୁଜଫରପୁରରୁ ଅହମଦାବାଦ ଅଭିମୁଖେ ଯାଉଥିବା ଜନସାଧାରଣ ଏକ୍ସପ୍ରେସ ଏବେ ନୂଆ ରୂପରେ ଚାଲିବ । ଏହି ଏକ୍ସପ୍ରେସ ଏଲଏଚବି ରୈକରେ ପରିବର୍ତ୍ତନ କରାଯାଇଛି । ସର୍ଦ୍ଦାର ପଟେଲଙ୍କ 144 ତମ ଜୟନ୍ତୀ ଅକ୍ଟୋବର 31କୁ ଖାସ କରିବାପାଇଁ ରେଳ ବିଭାଗ ପକ୍ଷରୁ ସମସ୍ତ ବଗୀକୁ ସର୍ଦ୍ଦାର ପଟେଲଙ୍କ ଫଟୋ ଓ ଜୀବନୀରେ ଦର୍ଶାଯାଇଛି ।

ଜନସାଧାରଣ ଏକ୍ସପ୍ରେସରେ ଲୌହମାନବ'ଙ୍କ ଜୀବନ ଦର୍ଶନ

ଦୁଲହନ ପରି ସଜାଯାଇଛି ଟ୍ରେନ

ରେଳ ବିଭାଗ ଅନୁସାରେ ନଗର ବିକାଶ ମନ୍ତ୍ରୀ ସୁରେଶ ଶର୍ମା ଓ ସାଂସଦ ଅଜୟ ନିଷାଦ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏନେଇ ରେଳ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ମୁଜଫରପୁର ଷ୍ଟେସନରେ ଜନସାଧାରଣ ଏକ୍ସପ୍ରେସକୁ ବଧୁ ବେଶ ଭାବେ ଚିତ୍ରିତ କରାଯାଇଥିଲା ।

ପଟେଲଙ୍କ ଜୀବନୀକୁ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଲକ୍ଷ୍ୟ

ରାଷ୍ଟ୍ରର ଏକତ୍ରୀକରଣରେ ମହତ୍ତ୍ବ ଭୂମିକା ଧାରଣ କରିଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ନିଆଯାଇଛି । ଏହି କ୍ରମରେ ମୁଜଫରପୁରରୁ ଅହମଦାବାଦ ଅଭିମୁଖେ ଯାଉଥିବା ଜନସାଧାରଣ ଏକ୍ସପ୍ରେସ ଟ୍ରେନ ନଂ- 15269/15270ର ବଗୀରେ ଲୌହମାନବଙ୍କ ଜୀବନୀ ଓ ଫଟୋକୁ ଅଙ୍କା ଯାଇଛି । ଏହାଦ୍ବାରା ତାଙ୍କର ଜୀବନୀ ସମସ୍ତ ଲୋକଙ୍କ ପାଖରେ ପହଞ୍ଚିପାରିବ ।

ପୂର୍ବ-ମଧ୍ୟ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ରାଜେଶ କୁମାର କହିଛନ୍ତିଯେ, ପଟେଲଙ୍କ ଜୀବନୀ ଦର୍ଶନ ଲୋକଙ୍କୁ ବୁଝାଇବା ପାଇଁ ଏହି ବଗୀର ନିର୍ମାଣ କରାଯାଇଛି । ସମସ୍ତ ଫଟୋ ପଟେଲଙ୍କ ଜୀବନ କ୍ରମ ଅନୁସାରେ ଚିତ୍ରିତ କରାଯାଇଛି । ଏହାଦ୍ବାରା ତାଙ୍କ ଜୀବନ ଯାତ୍ରା କିପରି ଥିଲା ତାହା ବୁଝିବାକୁ ବେଶ ସହଜ ହେବ ।

ABOUT THE AUTHOR

...view details