ରାୟପୁର: ଛତିଶଗଡର କୋରବାରେ ବହୁପ୍ରତିକ୍ଷିତ ଲାଇଫଲାଇନ ଏକ୍ସପ୍ରେସର ଶୁଭାରମ୍ଭ ହେଇଛି । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସବୁଜ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହାପରେ ଘଣ୍ଟଘରରେ ଏକ ସାଧାରଣସଭାରେ ଜନତାଙ୍କୁ ସମ୍ବୋଧନ କରିଥିଲେ ।
ସୂଚନାମୁତାବକ, ଲାଇଫଲାଇନ ଏକ୍ସପ୍ରେସରେ 40ରୁ ଅଧିକ ଡାକ୍ତର ଓ ନର୍ସ ଉପସ୍ଥିତ ରହିବେ । ଏହି ଟ୍ରେନ କୋରବା ରେଳ ଷ୍ଟେସନର ପ୍ଲାଟଫର୍ମରେ ରହି ଜିଲ୍ଲାର ଜନତାଙ୍କୁ ସମ୍ପୂର୍ଣ୍ଣ ଭାବେ ନିଃଶୁଳ୍କ ବା ମାଗଣା ଚିକିତ୍ସା ଦିଆଯିବ । ରେଳ ବିଭାଗର ହସ୍ପିଟାଲରେ ମୋତିଆବିନ୍ଦୁ, କ୍ୟାନସର, ଅସ୍ଥି ଜନିତ ପୀଡା, ବ୍ଲଡପ୍ରେସର, ଡାଇବେଟିସ ଭଳି ରୋଗର ଚିକିତ୍ସା କରାଯିବ ।