ଚେନ୍ନାଇ: ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କ ଆତ୍ମହତ୍ୟା । 11 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ପୁଝାଲ କେନ୍ଦ୍ରୀୟ କାରାଗାରରେ ଆତ୍ମହତ୍ୟା କରିଛନ୍ତି ।
42 ବର୍ଷୀୟ ପାଝାନୀ ନାମକ କଏଦୀ ଚେନ୍ନାଇର ପୁଝଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ । ସେ ଗତ କିଛି ଦିନ ହେବ ଡିପ୍ରେସନରେ ଥିଲେ । ଯେଉଁଥିପାଇଁ ତାଙ୍କର ଜେଲରେ ଚିକିତ୍ସା ଚାଲିଥିଲା ।