ନୂଆଦିଲ୍ଲୀ: ଲେଫନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ହେବେ। ସେ ଭାରତର 28ତମ ଆର୍ମି ଚିଫ ଭାବେ ନିଯୁକ୍ତ ହେବେ। ଲେଫନାଣ୍ଟ ଜେନେରାଲ ମନୋଜ ଚଳିତବର୍ଷ ସେପ୍ଟେମ୍ବର ପହିଲାରେ ଭାରତୀୟ ସେନାର ଉପମୁଖ୍ୟ ଭାବରେ ନିଯୁକ୍ତି ପାଇଥିଲେ। ଆସନ୍ତା ଡିସେମ୍ବର 31ରେ ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ନିଜ ଦାୟିତ୍ୱରୁ ଅବସର ଗ୍ରହଣ କରିବେ।
ଲେଫନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ନୂତନ ସ୍ଥଳସେନା ମୁଖ୍ୟ - ଲେଫନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ପରବର୍ତ୍ତୀ ଆର୍ମି ଚିଫ
ଲେଫନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତ ହେବାକୁ ଯାଉଛନ୍ତି।
ଫଟୋ ସୌଜନ୍ୟ: ଏଏନଆଇ
ଲେଫନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ଜାମ୍ମୁକାଶ୍ମୀର ଓ ପୂର୍ବୋତ୍ତର ଭାରତରେ ଶାନ୍ତି, ଆତଙ୍କବାଦୀ ନିରୋଧି ଅଭିଯାନରେ କାମ କରିବାର ଅଭିଜ୍ଞତା ରହିଛି। ସେ ମଧ୍ୟ ରାଷ୍ଟ୍ରୀୟ ରାଇଫଲର କମାଣ୍ଡର ଓ ଇନଫାଣ୍ଟ୍ରି ବିଗ୍ରେଡ ଭାବରେ କାମ କରିଛନ୍ତି। ଏହା ସହିତ ଶ୍ରୀଲଙ୍କାରେ ନିୟୋଜିତ ଶାନ୍ତି ରକ୍ଷା ବାହିନୀ ଓ ମିଆଁମାର ଦୂତାବାସରେ କାର୍ଯ୍ୟ କରିଛନ୍ତି । ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ ଓ ଭାରତୀୟ ମିଲିଟାରୀ ଏକାଡେମୀର ପୂର୍ବ ଛାତ୍ର ଥିଲେ।
TAGGED:
ଭାରତର 28ତମ ଆର୍ମି ଚିଫ