ପୁଣେ: ଓଡିଆ ଅଧିକାରୀଙ୍କୁ ସେନାର ବଡ ଦାୟିତ୍ବ ମିଳିଛି । ଭାରତୀୟ ସେନାର ଦକ୍ଷିଣାଞ୍ଚଳ କମାଣ୍ଡର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ଗୁରୁବାର ପୁଣେ ସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଏକ ବିଶେଷ ସମାରୋହରେ ସିପି ମହାନ୍ତି ନିଜ ଦାୟିତ୍ବ ଗ୍ରହଣ କରିଛନ୍ତି । ଏଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।
ସେନାର ଦକ୍ଷିଣାଞ୍ଚଳ କମାଣ୍ଡର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କଲେ ଓଡିଆ ପୁଅ ସିପି ମହାନ୍ତି - ଦକ୍ଷିଣାଞ୍ଚଳ କମାଣ୍ଡର
ସେନାର ଦକ୍ଷିଣାଞ୍ଚଳ କମାଣ୍ଡର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଓଡିଆ ସେନାଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ପୁଣେରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...
ଦକ୍ଷିଣାଞ୍ଚଳ କମାଣ୍ଡର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କଲେ ଓଡିଆ ପୁଅ ସିପି ମହାନ୍ତି
ଲେଫ୍ଟନାଣ୍ଟ ଜେନେରାଲ୍ ଏସକେ ସାଇନିଙ୍କ ସ୍ଥାନରେ ସିପି ମହାନ୍ତିଙ୍କୁ ଏହି ଦାୟିତ୍ବ ମିଳିଛି । ଜେନେରାଲ୍ ମହାନ୍ତି ଉତ୍ତର ଭାରତ ଏରିଆର କମାଣ୍ଡର ଭାବେ କାର୍ଯ୍ୟରତ ଥିଲେ । ସେ ଆସାମ ସୀମାରେ ଆତଙ୍କବାଦ ବିରୋଧୀ ଅଭିଯାନରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।