ଓଡିଶା

odisha

ETV Bharat / bharat

ଏହି ରାଜ୍ୟରେ ମଲରେ ମିଳିବ ବିଦେଶୀ ମଦ - lockdown

ଲକଡାଉନ ପାଇଁ ସମସ୍ତ ମଦ ଦୋକାନ ଓ ବାର ମାନ ବନ୍ଦ ଥିବାବେଳେ ବର୍ତ୍ତମାନ 4ର୍ଥ ପର୍ଯ୍ୟାୟ ଲକଡାଉନରେ କିଛି ସମୟ ପାଇଁ ଏହାକୁ ଖାଲାଯାଇଛି । ତେବେ ପ୍ରଥମ କରି ରାଜ୍ୟର ମଲଗୁଡିକରେ ବିଦେଶୀ ମଦ ବିକ୍ରି ପାଇଁ ଲାଇସେନ୍ସ ଦିଆଯିବ । ଅଧିକ ପଢନ୍ତୁ...

ଉତ୍ତରପ୍ରେଦଶର ମଲ ଗୁଡିକରେ ପ୍ରଥମ କରି ମିଳିବ ବେଦିଶୀ ମଦ
ଉତ୍ତରପ୍ରେଦଶର ମଲ ଗୁଡିକରେ ପ୍ରଥମ କରି ମିଳିବ ବେଦିଶୀ ମଦ

By

Published : May 24, 2020, 10:00 AM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସପିଂ ମଲ ଗୁଡିକରେ ମଦ ବିକ୍ରିକୁ ଅନୁମତି ଦିଆଯାଇଛି । ୟୁପି କ୍ୟାବିନେଟ ଏହା ନିଷ୍ପତ୍ତି ନେଇଛି । ସପିଂ ମଲରେ ଦାମୀ ବିଦେଶୀ ମଦ, ବିୟର ଏବଂ ଓ୍ବାଇନ ବିକ୍ରୟ ପାଇଁ ଅନୁମତି ଦିଆଯାଇଛି। ସମ୍ପ୍ରତି ଖୁଚୁରା ଦୋକାନ ଏବଂ ମଡେଲ ଦୋକାନରେ ବିଦେଶୀ ମଦ ବିକ୍ରି ହେଉଛି । ପୂର୍ବରୁ ମଲରେ ବିଦେଶୀ ମଦ ବିକ୍ରୟ ପାଇଁ କୌଣସି ବ୍ୟବସ୍ଥା ନଥିଲା । ସିଲ ହୋଇଥିବା ବୋତଲରେ ମଲରେ ବିଦେଶୀ ମଦ ବିକ୍ରୟ ପାଇଁ ଲାଇସେନ୍ସ ଦିଆଯିବ ।

ଏହି ଲାଇସେନ୍ସ ଗୁଡିକ ଯେ କୌଣସି ଯୋଗ୍ୟ ବ୍ୟକ୍ତି, କମ୍ପାନୀ, ସହଭାଗୀତା ସଂସ୍ଥା, ମାଲିକାନା ସଂସ୍ଥା କିମ୍ବା ସୋସାଇଟି ଦ୍ୱାରା ପ୍ରାପ୍ତ ହୋଇପାରିବ । ଯେଉଁ ମଲଗୁଡ଼ିକରେ ଏପରି ଦୋକାନ ଖୋଲାଯିବ, ତାହାର ସର୍ବନିମ୍ନ ପ୍ଲିନ୍ଥ ଅଞ୍ଚଳ 10000 ବର୍ଗ ଫୁଟର ରହିବା ଉଚିତ । ଯେଉଁଥିରେ ବିଭାଗୀୟ ଷ୍ଟୋର କିମ୍ବା ସୁପର ମାର୍କେଟ କିମ୍ବା ହାଇବ୍ରିଡ ହାଇପର ମାର୍କେଟ ଅନ୍ତର୍ଭୁକ୍ତ ।

ପ୍ରିମିୟମ ରିଟେଲ ବ୍ଲେଣ୍ଡରେ ସର୍ବନିମ୍ନ 500 ବର୍ଗଫୁଟର କାର୍ପେଟ କ୍ଷେତ୍ର ରହିବା ଉଚିତ ଏବଂ ଗ୍ରାହକ ପ୍ରବେଶ କରି ସେମାନଙ୍କ ପସନ୍ଦ ଅନୁଯାୟୀ ସେଲଫରୁ ବ୍ରାଣ୍ଡ ମଦ ଚୟନ କରିବାକୁ ଅନୁମତି ଦିଆଯିବ । ଦୋକାନରେ ସୁସଜ୍ଜିତ ସେଲଫ ସହିତ ଶୀତତାପ ନିୟନ୍ତ୍ରିତ ହେବ ଯାହା ଦ୍ବାରା ବିଭିନ୍ନ ପ୍ରକାରର ବ୍ରାଣ୍ଡ ସେଲଫ ଗୁଡିକ କ୍ରମାନ୍ୱୟରେ ପ୍ରଦର୍ଶିତ ହୋଇପାରିବ ।

ABOUT THE AUTHOR

...view details