ଓଡିଶା

odisha

ETV Bharat / bharat

ଏପ୍ରିଲ 1 ରୁ ଉତ୍ତରପ୍ରଦେଶରେ ବିୟରବାର ଲାଇସେନ୍ସ ବନ୍ଦ

ଉତ୍ତରପ୍ରଦେଶ ସରକାରଙ୍କ ନୂଆ ଅବକାରୀ ନିତି ଅନୁସାରେ ଏପ୍ରିଲ 1ରୁ ବିୟର ବାରର ଲାଇସେନ୍ସ ରଦ୍ଦ କରାଯିବ । ଏହି ନିତିକୁ ବିରୋଧ କରିଛି ବାର ଆସୋସିଏସନ ।

By

Published : Mar 1, 2019, 4:10 PM IST

ପ୍ରତିକାତ୍ମକ ଫଟୋ

ପ୍ରୟାଗରାଜ: ଉତ୍ତରପ୍ରଦେଶ ସରକାରଙ୍କ ନୂଆ ଅବକାରୀ ନିତି ଅନୁସାରେ ଏପ୍ରିଲ 1ରୁ ବିୟର ବାରର ଲାଇସେନ୍ସ ରଦ୍ଦ କରାଯିବ । ରେସ୍ତୋରାଁ ଏବଂ ହୋଟେଲରେ ଥିବା ବିୟର ବାର ଉପରୁ ଲାଇସେନ୍ସ ହଟାଯିବ । କେବଳ ବାରକୁ ଲାଇସେନ୍ସ ଦିଆଯିବ। ଆଉ ଏଥିଲାଗି ବାର ମାଲିକଙ୍କୁ ଗଣିବାକୁ ପଡିବ ଅଧିକ ଟଙ୍କା ।

ତେବେ ଏହି ନିତିକୁ ବିରୋଧ କରିଛି ବାର ଆସୋସିଏସନ । କାରଣ ରେସ୍ତୋରାଁରେ ଥିବା ବିୟର ବାରରେ ବିୟର ନାମରେ ଦେଶୀ ବିଦେଶୀ ମଦ ଗ୍ରାହକଙ୍କୁ ପରସା ଯାଉଛି । ଯାହା ଫଳରେ ସରକାରୀ ରାଜସ୍ବରୁ ଲକ୍ଷଲକ୍ଷ ଟଙ୍କା କ୍ଷତି ହେଉଛି । ଅନ୍ୟପଟେ ଯେଉଁ ବାରମାଲିକ କେବଳ ବାର ପାଇଁ ଲାଇସେନ୍ସ ନେଇଛନ୍ତି ତାଙ୍କୁ ମଧ୍ୟ କ୍ଷତି ସହିବାକୁ ପଡୁଛି । କାରଣ ବାର ଲାଇସେନ୍ସ ନେଇଥିବା ମାଲିକ ମାନଙ୍କୁ ଏଥିପାଇଁ ଅଧିକ ଟଙ୍କା ପଇଠ କରିବାକୁ ପଡୁଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ରେସ୍ତୋରାଁ ମାଲିକ ।

ତେବେ ନୀତି ଆୟୋଗ 85 ବର୍ଷର ନିୟମକୁ ପରିବର୍ତ୍ତନ କରିବାକୁ ଯାଉଛି । ଅବକାରୀ ମନ୍ତ୍ରୀ ଜୟ ପ୍ରତାପ ସିଂହ କହିଛନ୍ତି, ଯଦି କୌଣସି ହୋଟେଲ କିମ୍ବା ରେସ୍ତୋରାଁ ବିୟର ବାର ପାଇଁ ଲାଇସେନ୍ସ ପାଇଁ ଆବେଦନ କରେ ତେବେ ସେମାନଙ୍କୁ ବାର ଲାଇସେନ୍ସ ମଧ୍ୟ ଦେବାକୁ ପଡିବ । ଏହାସହ ବାର ଲାଇସେନ୍ସ ପାଇଁ ଟଙ୍କା ମଧ୍ୟ ପଇଠ କରିବାକୁ ପଡିବ । ଏହି ନିୟମ ପରିବର୍ତ୍ତନ ପରେ ଏପ୍ରିଲ 1 ତାରିଖରୁ ବିୟର ବାରର ଲାଇସେନ୍ସ ନବୀକରଣ କରାଯିବ ନାହିଁ ।

For All Latest Updates

ABOUT THE AUTHOR

...view details