ଓଡିଶା

odisha

ଘରେ ବସି କରନ୍ତୁ ବୈଷ୍ଣୋଦେବୀଙ୍କ ଦର୍ଶନ, ଲଞ୍ଚ ହେଲା ମୋବାଇଲ ଆପ୍‌

By

Published : Oct 15, 2020, 9:38 PM IST

ମା' ବୈଷ୍ଣୋଦେବୀଙ୍କ ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଏକ ଖୁସି ଖବର । ଶ୍ରଦ୍ଧାଳୁଙ୍କ ପାଇଁ ମାତା ବୈଷ୍ଣୋଦେବୀ ମୋବାଇଲ ଆପ ଲଞ୍ଚ କରିଛନ୍ତି ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା । ଅଧିକ ପଢନ୍ତୁ...

ଘରେ ବସି କରି ପାରିବେ ମା' ବୈଷ୍ଣୋଦେବୀଙ୍କ ଦର୍ଶନ, ଲଞ୍ଚ ହେଲା ମୋବାଇଲ ଆପ୍‌
ଘରେ ବସି କରି ପାରିବେ ମା' ବୈଷ୍ଣୋଦେବୀଙ୍କ ଦର୍ଶନ, ଲଞ୍ଚ ହେଲା ମୋବାଇଲ ଆପ୍‌

ଶ୍ରୀନଗର: ମା' ବୈଷ୍ଣୋଦେବୀଙ୍କ ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏବେ ଘରେ ବସି କରି ପାରିବେ ମା'ଙ୍କ ଦର୍ଶନ । ଏଥିପାଇଁ ଲଞ୍ଚ ହୋଇଛି ଏକ ମୋବାଇଲ ଆପ୍‌ ।

ଶ୍ରଦ୍ଧାଳୁଙ୍କ ପାଇଁ ମାତା ବୈଷ୍ଣୋଦେବୀ ମୋବାଇଲ ଆପ ଲଞ୍ଚ କରିଛନ୍ତି ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା । ଏହି ଆପ ଜରିଆରେ ଶ୍ରଦ୍ଧାଳୁ ଘରେ ବସି ମା'ଙ୍କ ଲାଇଭ ଦର୍ଶନ ଓ ପ୍ରାର୍ଥନା କରିପାରିବେ । ଏହି ମୋବାଇଲ ଆପରେ ଟ୍ରାନ୍ସପୋର୍ଟ ବୁକିଂ ସୁବିଧା ମଧ୍ୟ ଉପଲବ୍ଧ ରହିଛି ।

ଏଲଜି ସିହ୍ନାଙ୍କ ଅନୁଯାୟୀ ଏହି ଆପ ଲଞ୍ଚ ଫଳରେ ମହାମାରୀ କୋରୋନା ସଂକ୍ରମଣ ଉପରେ ଲଗାମ ଲଗାଇବା ସହଜ ହେବ । ନବରାତ୍ରୀକୁ ଦୃଷ୍ଟିରେ ରଖି ଏହି ଆପ ଲଞ୍ଚକୁ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ କୁହାଯାଇପାରେ ।

ABOUT THE AUTHOR

...view details