ବିଶାଖାପାଟଣା: ଗତ 2 ସପ୍ତାହ ମଧ୍ୟରେ ଏଲଜି କେମିକାଲ୍ ଫ୍ୟାକ୍ଟ୍ରିରେ 2ଟି ଦୁର୍ଘଟଣା ଘଟିଯାଇଛି। ଏଥିରେ ପ୍ରାୟ 12ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ଏଲଜି ପଲିମର କମ୍ପାନୀର ଚେୟାରମ୍ୟାନ କୋ ଗ୍ବାଙ୍ଗ-ମୋ କ୍ଷମା ମାଗିଛନ୍ତି ।
ବିଶାଖାପାଟଣା ଗ୍ୟାସ ଲିକ୍ ଘଟଣା: କ୍ଷମା ମାଗିଲା ଏଲଜି ପଲିମର୍ - ବିଶାଖାପାଟଣା ଗ୍ୟାସ ଲିକ୍ ଘଟଣା
ଗତ 2 ସପ୍ତାହ ମଧ୍ୟରେ ଏଲଜି କେମିକାଲ୍ ଫ୍ୟାକ୍ଟ୍ରିରେ 2ଟି ଦୁର୍ଘଟଣା ଘଟିଯାଇଛି। ଏଥିରେ ପ୍ରାୟ 12ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ଏଲଜି ପଲିମର କମ୍ପାନୀର ମାଲିକ କୋ ଗ୍ବାଙ୍ଗ-ମୋ କ୍ଷମା ମାଗିଛନ୍ତି ।
ଦକ୍ଷିଣ କୋରିଆର କମ୍ପାନୀ ଏଲଜି ଗ୍ରୁପ ଦେଶରେ ତତୁର୍ଥ ବୃହତ୍ତମ ଗ୍ରୁପ୍ । ଦକ୍ଷିଣ କୋରିଆର ସବୁଠାରୁ ବଡ କେମିକାଲ୍ ଫ୍ୟାକ୍ଟ୍ରି । ଭାରତରେ ଥିବା ଏହାର ଏକ ଶାଖା କମ୍ପାନୀରେ ଗ୍ୟାସ ଲିକ୍ ହେବା ଫଳରେ 12ଜଣଙ୍କ ମୃତ୍ୟୁ ହେବା ସହ 100ରୁ ଅଧିକ ଗୁରୁତର ହୋଇଥିଲେ ।
ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ଥିବା ସେ ଏକ ନ୍ୟୁଜ ଏଜେନ୍ସିକୁ କହିଛନ୍ତି । ଏହାସହ ଏ ଦୁର୍ଘଟଣା ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । କମ୍ପାନୀ ଶିଳ୍ପ ଓ ବୈଦ୍ୟୁତିକ ସାମଗ୍ରୀ ମଧ୍ୟ ଉତ୍ପାଦନ କରେ । ହାଇବ୍ରିଡ ଓ ବୈଦ୍ୟୁତିକ କାର ପାଇଁ ଟପ୍ ବ୍ୟାଟେରୀ ଯୋଗାଣକାରୀ ଭାବରେ ଏହା ଜଣାଶୁଣା । ମର୍ସିଡିଜ୍ ବେଞ୍ଜ୍, ଭଲଭୋ, ଭୋଲ୍ସୱେଗେନ, ଓ ବିଏମଡବ୍ଲୁ ଗ୍ରାହକଙ୍କ ସହ ଜଡିତ ।