ନୂଆଦିଲ୍ଲୀ: ମହାମାରୀ କୋରୋନା ସାରା ଦେଶକୁ କବଳିତ କରିସାରିଛି । ଦିନକୁ ଦିନ ଏହି ମାରାତ୍ମକ ଭୂତାଣୁ ସମଗ୍ର ମାନବ ସମାଜ ପାଇଁ ସଂକଟ ଭାବେ ଉଭାହୋଇଛି । ସମଗ୍ର ବିଶ୍ବ କୋରୋନା ବିରୋଧ ଲଢେଇ ଆରମ୍ଭ କରିଛନ୍ତି । ତେବେ ଦିଲ୍ଲୀ ସରକାର ମଧ୍ଯ କୋରୋନା ବିରୋଧରେ ସଂଗ୍ରାମକୁ ଯୋରଦାର କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ 40ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ଯୁ ହୋଇଛି । ଏପରି ସ୍ଥଳେ ଷ୍ଟେଜ-3 କୁ ଯେମିତି ନଯାଏ ସେଥିପାଇଁ ଦିଲ୍ଲୀ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ବୈଠକ ପରେ ବୈଠକ ଜାରି ରଖିଛନ୍ତି । ଏହାସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଅନୁସାରେ ଦିଲ୍ଲୀ ସରକାର କାର୍ଯ୍ୟକ୍ରମ କରୁଛନ୍ତି ।