ନୂଆଦିଲ୍ଲୀ : ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ୪୫ ବର୍ଷ ପୁରିଛି । ଏହି ଅବସରରେ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ । ଏହା ସହିତ ସେ ନୂଆ ପିଢୀଙ୍କୁ ଜରୁରୀକାଳୀନ ପରିସ୍ଥିତିରୁ ଶିକ୍ଷା ଲାଭ କରିବାକୁ ପରାମର୍ଶ ଦେଇଛନ୍ତି ।
ଗୁରୁବାର କଂଗ୍ରେସକୁ ଟାର୍ଗେଟ କରି ରବି ଶଙ୍କର ପ୍ରସାଦ କହିଛନ୍ତି, କଂଗ୍ରେସ ନିଜର ଅଗଣତାନ୍ତ୍ରିକ ବ୍ୟବହାର ଏବେ ମଧ୍ୟ ଜାରି ରଖିଛି । ଆଜି କଂଗ୍ରେସ ଦଳର ଅଗଣତାନ୍ତ୍ରିକ ବ୍ୟବହାର ବିରୋଧରେ ବଳି ପଡିଥିବା ଭାରତୀୟଙ୍କୁ ମନେ ପକାଇବାର ଦିନ । ନୂଆ ପିଢୀଙ୍କୁ ଏଥିରୁ ଶିକ୍ଷାଲାଭ କରିବା ଉଚିତ ବୋଲି ସେ କହିଛନ୍ତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବା ପରେ ଜୟ ପ୍ରକାଶ ନାରାୟଣ, ଅଟଳ ବିହାରୀ ବାଚପେୟୀ, ଲାଲ କୃଷ୍ଣ ଆଡଭାନୀଙ୍କୁ ଶହ ଶହ ଲୋକଙ୍କ ସହ ଗିରଫ କରାଯାଇଥିଲା । ଏହି ଦିନକୁ ମନେ ପକାଇ ଦୁଖଃ ପ୍ରକାଶ କରିଛନ୍ତି ରବି ଶଙ୍କର ପ୍ରସାଦ ।