ହାଇଦ୍ରାବାଦ: ଗ୍ରୀଷ୍ମ ଋତୁରେ ଲେମ୍ବୁ, ନଡ଼ିଆ ପାଣି ଏବଂ ଆହୁରି ଅନେକ ପାନୀୟ ପିଆଯାଇଥାଏ । ଲେମ୍ବୁ ପାଣି ଅନେକ ଲୋକଙ୍କ ପ୍ରିୟ ପାନୀୟ । ଏହା ଏକ ହାଇଡ୍ରେଟିଂ ପାନୀୟ ଅଟେ । ଯାହା ଭିଟାମିନ୍ ସିରେ ପରିପୂର୍ଣ୍ଣ । ଆପଣ ଏହାକୁ ଆପଣଙ୍କର ଦୈନନ୍ଦିନ ପାନୀୟରେ ଅନ୍ତର୍ଭୁକ୍ତ କରିପାରିବେ। ଲେମ୍ବୁ ପାଣି ପ୍ରସ୍ତୁତ କରିବାକୁ, ଆପଣଙ୍କୁ କେବଳ ଏକ ଗ୍ଲାସ୍ ଥଣ୍ଡା ପାଣି, କିଛି ସତେଜ ଲେମ୍ବୁ ଏବଂ କିଛି କଳା ଲୁଣ ବା ବ୍ଲାକ ସଲ୍ଟ ଦରକାର । ଏହା ଏକ କମ୍ କ୍ୟାଲୋରୀ ଯୁକ୍ତ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଯାହାକୁ ଆପଣ ପ୍ରତିଦିନ ପିଇପାରିବେ । ଯେପର୍ଯ୍ୟନ୍ତ ଏହି ପାନୀୟ ଆପଣଙ୍କୁ ସୁଟ କରୁଛି ଆପଣ ଏହାକୁ ପିଇପାରିବେ । କିନ୍ତୁ ଏହା ନୁହେଁ ଯେ କେବଳ ଲେମ୍ବୁ ପିଇବାର ସ୍ୱାସ୍ଥ୍ୟ ଉପକାର ଅଛି, ଲେମ୍ବୁ ପାଣିର ଅଧିକ ଗ୍ରହଣ କରିବା ଦ୍ବାରା ମଧ୍ୟ ସାଇଡଇଫେକ୍ଟ ମଧ୍ୟ ରହିଛି । ଆସନ୍ତୁ ଜାଣିବା ଲେମ୍ବୁ ପାଣି ପିଇବାର ସୁବିଧା ଏବଂ ଅସୁବିଧା ବିଷୟରେ...
1. ଆପଣ ଆରାମରେ ଲେମ୍ବୁ ପାଣି ପିଇପାରିବେ । ଅଧା ଲେମ୍ବୁରୁ ବାହାର କରାଯାଇଥିବା ଲେମ୍ବୁ ରସରେ ପ୍ରାୟ 5 କ୍ୟାଲୋରୀ ଥାଏ । ପାଣିରେ କୌଣସି କ୍ୟାଲୋରୀ ନଥାଏ । ଆପଣ ଏହି ପାନୀୟକୁ ଓଜନ ହ୍ରାସକାରୀ ଖାଦ୍ୟ ବା ଡାଏଟ ଫୁଡରେ ଅନ୍ତର୍ଭୁକ୍ତ କରିପାରିବେ ।
2. ଲେମ୍ବୁ ଜଳ ଏକ ପ୍ରତିରକ୍ଷା ପ୍ରଣାଳୀ ବା ଇମ୍ୟୁନିଟି ସିଷ୍ଟ ବୁଷ୍ଟର ଭାବରେ କାର୍ଯ୍ୟ କରିଥାଏ । ଏଥିରେ ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ ଯାହା ଆପଣଙ୍କ ଶରୀରର ପ୍ରତିରକ୍ଷାକୁ ବଢାଇପାରେ ।