ଓଡିଶା

odisha

ETV Bharat / bharat

ଦେଶ ଦେଶରେ ଗାନ୍ଧୀ - ମାର୍ଟିନ ଲୁଥର କିଙ୍ଗ

ମହାତ୍ମା ଗାନ୍ଧୀଙ୍କ ବିଚାର, ଶବ୍ଦ ଓ କର୍ମକୁ କେବଳ ଭାରତବାସୀ ଅନୁକରଣ, ଅନୁସରଣ କରୁନଥିଲେ ବିଶ୍ବର ମହାନ ନାୟକଗଣ ମଧ୍ୟ ମହାତ୍ମାଙ୍କ ମହାନ ପନ୍ଥାର ପଶ୍ଚାତଧାବନ କରୁଥିଲେ । ସମଗ୍ର ବିଶ୍ବର ଇତିହାସକୁ ପରିବର୍ତ୍ତନ କରି ବର୍ତ୍ତମାନ ପାଇଁ ଉଦାହରଣ ପାଲଟିଥିବା ଅନେକ ଲୋକପ୍ରିୟ ଲୋକନାୟକ ଗାନ୍ଧୀବାଦର ଗମ୍ଭୀର୍ଯ୍ୟକୁ ଅବଲୋକନ କରିବା ସହ ଜୀବନରେ ପ୍ରତିଫଳିତ କରିଥିଲେ ।

ଫାଇଲ ଫଟୋ

By

Published : Sep 24, 2019, 7:47 AM IST

ହାଇଦ୍ରାବାଦ: ମହାତ୍ମା ଗାନ୍ଧୀଙ୍କ ବିଚାର, ଶବ୍ଦ ଓ କର୍ମକୁ କେବଳ ଭାରତବାସୀ ଅନୁକରଣ, ଅନୁସରଣ କରୁନଥିଲେ ବିଶ୍ବର ମହାନ ନାୟକ ଗଣ ମଧ୍ୟ ମହାତ୍ମାଙ୍କ ମହାନ ପନ୍ଥାର ପଶ୍ଚାତଧାବନ କରୁଥିଲେ । ସମଗ୍ର ବିଶ୍ବର ଇତିହାସକୁ ପରିବର୍ତ୍ତନ କରି ବର୍ତ୍ତମାନ ପାଇଁ ଉଦାହରଣ ପାଲଟିଥିବା ଅନେକ ଲୋକପ୍ରିୟ ଲୋକନାୟକ ଗାନ୍ଧୀବାଦର ଗମ୍ଭୀର୍ଯ୍ୟକୁ ଅବଲୋକନ କରିବା ସହ ଜୀବନରେ ପ୍ରତିଫଳିତ କରିଥିଲେ । ବିଶ୍ବର ବହୁ ବୈଜ୍ଞାନିକ, ବୁଦ୍ଧିଜୀବୀ ତଥା ଚିନ୍ତାଶୀଳ ବ୍ୟକ୍ତି ଗାନ୍ଧୀଙ୍କୁ ଆଦର୍ଶ ମାନୁଥିଲେ । ଆମେରିକାର ପ୍ରସିଦ୍ଧ କ୍ରାନ୍ତିକାରୀ ମାର୍ଟିନ ଲୁଥର କିଙ୍ଗ, ବୌଦ୍ଧ ଧର୍ମଗୁରୁ ଦଲାଇଲାମା, ଅଫ୍ରିକାର ଗାନ୍ଧୀ କୁହାଯାଉଥିବା ନେଲ୍ସନ୍ ମାଣ୍ଡେଲା, ଅଡୋଲ୍ଫୋ ପେରେଜ ଏକ୍କିୱେଲ ତଥା ବିଭିନ୍ନ ଉପମାହାଦେଶୀୟ ନୋବେଲ ପୁରସ୍କାର ବିଜେତା ଗାନ୍ଧୀଙ୍କ ଜୀବନ ଦର୍ଶନ ଓ ଅହିଂସା ଅସ୍ତ୍ର ପରିଚାଳନାର ଅଭ୍ୟାସରେ ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିଲେ ।

ଦେଶ ଦେଶରେ ଗାନ୍ଧୀ

ଗାନ୍ଧୀଙ୍କ ବିଚାରକୁ ପାଳନ କରି ହିଂସା ଉପରେ ବିଜୟ ପାଇଁ ଶପଥ ନିଅନ୍ତି ଦକ୍ଷିଣ ଅଫ୍ରିକାର ଦୁଇ କ୍ରାନ୍ତୀକାରି ନେତା । ନେଲସନ ମାଣ୍ଡେଲା ଓ ଡେସମଣ୍ଡ ଟୁଟୁ । ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟକୁ ନେଇ ସ୍ବର ଉତ୍ତୋଳନ କରିଥିବା ଦକ୍ଷିଣ ଆଫିକ୍ରାର ଏହି ଦୁଇ ନେତା ଅହିଂସା ଅସ୍ତ୍ରରେ ବିଜୟ ଲାଭ କରିଥିଲେ ।

ସେହିଭଳି ଆମେରିକାର ପ୍ରସିଦ୍ଧ କ୍ରାନ୍ତିକାରୀ ନେତା ମାର୍ଟିନ ଲୁଥର କିଙ୍ଗ ଜୁନିୟରଙ୍କୁ ଆମେରିକାର ଗାନ୍ଧୀ କୁହାଯାଏ । ସେ ତୀର୍ଥଯାତ୍ରା ନାମକ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ଗାନ୍ଧୀଙ୍କ ଦର୍ଶନକୁ ଗଭୀରତାର ସହ ଅନୁଶୀଳନ କରିବା ପରେ , କହିଛନ୍ତି ହିଂସା ଉପରେ ବିଜୟ ଲାଭ କରିବା ପାଇଁ ନେଷ୍ପେସିତ, ନିପୀଡିତଙ୍କ ପାଇଁ ଅହିଂସା ଏକ ଶକ୍ତିଶାଳୀ ଅସ୍ତ୍ର ବୋଲି ସେ ପୁସ୍ତକରେ ଲେଖିଛନ୍ତି ।

ଇତିହାସର ଅନେକ ପୃଷ୍ଠାରେ ଅହିଂସାର ସଫଳତମ ବିଜୟ ଗାଥା ରହିଛି । ମାର୍ଟିନ ଲୁଥର କିଙ୍ଗ ଜୁନିୟରଙ୍କ ନେତୃତ୍ବରେ 1960ରେ ଆମେରିକାରେ ନାଗରିକ ଅଧିକାର ଆନ୍ଦୋଳନର ଅଫ୍ରିକା -ଆମେରିକା ପାଇଁ ରାଜନୈତିକ ଅଧିକାର ସମୂହର ସମାପନ ହୋଇଥିଲା । ପୂର୍ବ ୟୁରୋପରେ ସାମ୍ୟବାଦର ପତନ ଘଟିଥିଲା । ଏଥିରେ ଅହିଂସା ରାସ୍ତାକୁ ଅନୁସରଣ କରିଥିଲେ ଏହି କ୍ରାନ୍ତିକାରୀ ନେତା ।

ସେହିପରି ଜୋସେଫ ଜିନ ଲୈଞ୍ଜା ଡେଲ ୱାସ୍ତୋ ନାମକ ଜଣେ ଇସାଇ ଆଦର୍ଶବାଦରେ ପ୍ରବର୍ତ୍ତକ 1937ରେ ଗାନ୍ଧୀଜୀଙ୍କୁ ଭେଟିବା ପାଇଁ ୱର୍ଦ୍ଧା ଆସିଥିଲେ । ଏହାପରେ 1943ରେ ସେ ଲେ ପେଲେରିଞ୍ଜ ଓୌକ୍ସ ସୋର୍ସ ରଚନା କରିଥିଲେ । ସେ ଏହା ପରେ ଗାନ୍ଧୀଙ୍କ ଅନୁଗାମୀ ପାଲଟିଯାଇଥିଲେ । ଏହାପରେ ତାଙ୍କୁ ଗାନ୍ଧୀ ଭାରତୀୟ ନାମରେ ନାମିତ କରିଥିଲେ । ଗାନ୍ଧୀ ତାଙ୍କୁ ‘ଶାନ୍ତି ଦାସ’ ଅର୍ଥାତ ଶାନ୍ତିର ସେବକ ସମ୍ମାନରେ ସମ୍ମାନିତ କରିଥିଲେ । ପରେ ଡେଲ ୱାସ୍ତୋ 1957ରେ ଫ୍ରାନ୍ସିସ ରାଜନୀତିରେ ସକ୍ରିୟ ହୋଇଥିଲେ । ସେ ଫ୍ରାନ୍ସିସିଙ୍କ ଦ୍ବାରା ଆଲଜେରିୟାରେ ଦିଆଯାଉଥିବା ଯାତନା ବିରୋଧରେ 20 ଦିନ ପର୍ଯ୍ୟନ୍ତ ଉପବାସରେ ରହିଥିଲେ ।

ସେହିପରି ଫିଲିସ୍ତିନର ପ୍ରେଫେସର ଏଡୱାର୍ଡ ସୈଦ ଗାଜାର ଗାନ୍ଧୀ ଭାବରେ ପରିଚିତ ଥିଲେ । ଦକ୍ଷିଣ ଆଫ୍ରିକାର ଡରବାନ ଷ୍ଟ୍ରିଟର ନାମ ଗାନ୍ଧୀଙ୍କ ନାମରେ ନାମିତ କରାଯାଇଛି । ସେହିଭଳି ଆର୍ଜେଣ୍ଟିନାର ଶାନ୍ତି ଓ ନ୍ୟାୟର ସଂସ୍ଥାପକ ଭାବରେ ଖ୍ୟାତ ଏସ୍କିୱେଲ ଗାନ୍ଧୀବାଦର ଜଣେ ସଫଳ ଅନୁଧାବକ ଥିଲେ । ସେ 1970ରେ ଲାଟିନ ଆମେରିକା ନାଗରିକ ଅଧିକାର ଆନ୍ଦୋଳନରେ ଅହିଂସାକୁ ଅମୋଘ ଆୟୁଧ ବୋଲି ଉଲ୍ଲେଖ କରିଛନ୍ତି । ଯେତେବେଳେ ଉପମହାଦେଶରେ ହିଂସ୍ରକ ସଂଘର୍ଷ ଚାଲୁ ରହିଥିଲା ।

2005 ଆମେରିକାର ଅନେକ ସହରରେ ଗାନ୍ଧୀଙ୍କ ଚରଖା ପ୍ରଦର୍ଶନ କରାଯାଇଥିଲା । ଯାହା ଦର୍ଶାଇଥିଲାଯେ, ସାରା ବିଶ୍ବରେ ଗାନ୍ଧୀଙ୍କ ଭୂମିକା ରହିଛି । ସେହିପରି ପ୍ରଫେସର ୱାଲ୍ଟର ଅର୍ଲ ଫ୍ଲାକର 2007 ମସିହାରେ ଭାରତ ଗସ୍ତରେ ଆସିଥିବାବେଳେ ବିଶ୍ବଶାନ୍ତି ଦିଗରେ ଗାନ୍ଧୀଙ୍କ ଭୂମିକାକୁ ସେ ଉଲ୍ଲେଖ କରିଥିଲେ । ସେହିପରି 1930 ମସିହାରେ ଆମେରିକାର ଏକ ଖବରକାଗଜ କରିଥିବା ସର୍ଭେ ଅନୁଯାୟୀ ଗାନ୍ଧୀଜୀ ‘ଦ ମ୍ୟାନ ଅଫ ଦ ଇୟର’ ହୋଇଥିଲେ ।

ଏହିପରି ଅନେକ ଘଟଣା ରହିଛି ଯାହା ବିଶ୍ବ ସମୁଦାୟରେ ବାପୁଙ୍କୁ ଏକ ଅଦ୍ବିତୀୟ ନେତା ଭାବେ ଗଢି ତୋଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details