ହାଇଦ୍ରାବଦ: ଲମ୍ବା ଏବଂ ସୁସ୍ଥ କେଶ ସମସ୍ତଙ୍କ ସ୍ୱପ୍ନ । ଆମେ ଆମର ମୁହଁର ଯତ୍ନ ନେଇଥାଉ କିନ୍ତୁ କେଶ ପ୍ରତି ଅଧିକ ଧ୍ୟାନ ଦେଇନଥାଉ । ଏହି ପରିସ୍ଥିତିରେ, କେଶ ଶୁଷ୍କ ହୋଇଯାଏ ଏବଂ କେଶର ତ୍ୱଚା ବା ସ୍କାଲ୍ଫ ମଧ୍ୟ ଦୁର୍ବଳ ହୋଇଯାଏ । ଧୀରେ ଧୀରେ କେଶ ଝଡ଼ିବା ଆରମ୍ଭ ହୁଏ । ଏହି ସମସ୍ୟା ଶୀଘ୍ର ବୃଦ୍ଧି ପାଇପାରେ । ଏପରି ପରିସ୍ଥିତିରେ, ଆପଣ ଏହି ଲକଡାଉନର ଲାଭ ଉଠାଇ ପାରିବେ । ଲକଡାଉନରେ ଆପଣଙ୍କ କେଶ ପାଇଁ ଏକ ହେୟାର କେୟାର ରୁଟିନ ସୃଷ୍ଟି କରି, ଆପଣ କେଶ ଝଡିବାକୁ ରୋକିବା ପାଇଁ ପଦକ୍ଷେପ ନେଇ ଚନ୍ଦାପଣରୁ ମଧ୍ୟ ମୁକ୍ତି ପାଇପାରିବେ ।
ଆପଣ କେଶକୁ ଆବଶ୍ୟକ ପୋଷଣ ପ୍ରଦାନ କରିପାରିବେ । କେଶର ଗୁଣ ଏବଂ ପରିମାଣ ସମ୍ପୁର୍ଣ୍ଣ ଭାବରେ ଜେନେଟିକ୍ସ, ଜୀବନଶୈଳୀ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଉପରେ ନିର୍ଭର କରେ । କଲମ୍ବିଆ ଏସିଆ ହସ୍ପିଟାଲର ଚର୍ମ ବିଶେଷଜ୍ଞ ତଥା କସମେଟୋଲୋଜିଷ୍ଟ ଡାକ୍ତର ଶ୍ରବ୍ୟା ଚୌଧୁରୀ ଟିପିରନେନି କେଶକୁ ସୁସ୍ଥ ରଖିବାର କିଛି ଟିପିସ ଦେଇଛନ୍ତି ।
ସ୍କାଲ୍ଫ ବା କେଶ ମୂଳ ତ୍ୱଚାର ରକ୍ଷଣାବେକ୍ଷଣ
କେଶକୁ ଦୁଇଥର ସଫା କରିବା ହେଉଛି ସଠିକ୍ ଉପାୟ । ପରାମର୍ଶ ଅନୁସାରେ ସୁସ୍ଥ କେଶ ବୃଦ୍ଧି ପାଇଁ କେଶ ମୂଳରୁ ଧୂଳି, ମଇଳା ଏବଂ ତେଲ ବାହାର କରିବା ପାଇଁ ମୁଣ୍ଡକୁ ଭଲ ଭାବରେ ଧୋଇବା ଉଚିତ । ଆପଣ ଦୁଇଥର ସାମ୍ପୁ କରିପାରିବେ । ଦୁଇ ଥର ଧୋଇବା ଦ୍ବାରା କେଶ ମୂଳରୁ ସମ୍ପୂର୍ଣ୍ଣ ରୂପେ ମଇଳା ଧୋଇହୋଇଯିବ ।
ତେଲ
ତେଲ କେଶ ଏବଂ ତ୍ୱଚାରେ ପ୍ରୟୋଗ କରାଯାଇପାରିବ । ଏହା କେଶର ପ୍ରକାର ଏବଂ ଆପଣଙ୍କ ତ୍ୱଚା ପ୍ରକୃତି ଉପରେ ନିର୍ଭର କରେ । ଯଦି ଆପଣଙ୍କର ତ୍ୱଚାରେ ରୂପି କିମ୍ବା ଅନ୍ୟାନ୍ୟ ଫଙ୍ଗଲ ଇଫେକସନ ଅଛି, ତେବେ ଏହାକୁ ଏଡାନ୍ତୁ । କେଶ କୁ ସଫ୍ଟ ରଖିବା ପାଇଁ, ଗାଧୋଇବାର ଅଧ ଘଣ୍ଟା ପୂର୍ବରୁ କେଶ ମୂଳରେ ତେଲ ଘଷନ୍ତୁ। ଧିରେ ଧିରେ ମାଲିସ କେଶ ମୂଳରେ ରକ୍ତ ସଞ୍ଚାଳନକୁ ବଢାଇଥାଏ ଏବଂ କେଶର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ।
ତେବେ କିଛି ଲୋକ କୁହନ୍ତୁ ରାତିରେ ତେଲ ମାଲିସ କରି ଶୋଇଲେ ତେଲ ସର୍ବୋତ୍ତମ କାମ କରେ । ଏହା ଆଦୌ ସତ୍ୟ ନୁହେଁ । କେଶ 30 ମିନିଟ ପରେ ଅତିରିକ୍ତ କିଛି ଗ୍ରହଣ କରେ ନାହିଁ । କୌଣସି ଅଧିକ ଲାଭ ହେବନି ଯାହାକୁ ଆପଣ ରାତିସାରା କେଶ ମୂଳରେ ତେଲ ଲଗାଇ ଛାଡି ଦିଅନ୍ତି ।
ପୁଷ୍ଟିକର ଏବଂ ହାଇଡ୍ରେସନ
ଥରେ କେଶକୁ ହାଇଡ୍ରେଟ କରିବା ପାଇଁ ସପ୍ତାହରେ ଦୁଇଥର ଏକ ଘନ ହେୟାର ମାସ୍କ ନିର୍ଦ୍ଧାରଣ କରିବାକୁ ଚେଷ୍ଟା କରନ୍ତୁ । ଆପଣ କିଛି ମାସ୍କ ଘରେ ତିଆରି କରିପାରିବେ ।
ଅତ୍ୟଧିକ ଶୁଷ୍କ କେଶ ପାଇଁ ମାସ୍କ କିପରି ତିଆରି କରିବେ ?
ସାମଗ୍ରୀ
୨ ଚାମଚ ବାଦାମ ତେଲ
୨ ଚାମଚ ଅଲିଭ୍ ତେଲ
୨ ଟେବୁଲ ଚାମଚ ଜୋଜୋବା ତେଲ
୨ ଟେବୁଲ ଚାମଚ ନଡ଼ିଆ ତେଲ
ପ୍ରଣାଳୀ: 30 ମିନିଟ ପାଇଁ କେଶ ମୂଳରେ ଓ କେଶରେ ଗରମ ତେଲ ଲଗାନ୍ତୁ । ସାମ୍ପୋ ଏବଂ କଣ୍ଡିସନରେ ଧୋଇ ଦିଅନ୍ତୁ ।
ଅସଜଡା ବା ରୁକ୍ଷ କେଶ
ସାମଗ୍ରୀ