ଭୋପାଳ: କର୍ଣ୍ଣାଟକ ଏବଂ ହରିୟାଣା ‘ଲଭ ଜିହାଦ’ ବିରୋଧରେ ଆଇନ ଆଣିବା ପାଇଁ ନିଷ୍ପତ୍ତି ନେବାର କିଛି ସପ୍ତାହ ପରେ ମଧ୍ୟପ୍ରଦେଶ ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଛି । ମଧ୍ୟପ୍ରଦେଶ ମଧ୍ୟ ଖୁବ୍ ଶୀଘ୍ର ‘ଲଭ ଜିହାଦ’ ବିରୋଧରେ ଆଇନ ଆଣିବ। ଏନେଇ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର । ତେବେ ଏହି ଆଇନରେ ପାଞ୍ଚ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିବ।
‘ଲଭ ଜିହାଦ’ ବିରୋଧରେ ଆଇନ ଆଣିବ ମଧ୍ୟପ୍ରଦେଶ - Madhya Pradesh Minister
ମଧ୍ୟପ୍ରଦେଶ ମଧ୍ୟ ଖୁବ୍ ଶୀଘ୍ର ‘ଲଭ ଜିହାଦ’ ବିରୋଧରେ ଆଇନ ଆଣିବ। ଏନେଇ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର । ତେବେ ଏହି ଆଇନରେ ପାଞ୍ଚ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିବ। ଅଧିକ ପଢନ୍ତୁ...
‘ଲଭ ଜିହାଦ’ ବିରୋଧରେ ଆଇନ ଆଣିବ ମଧ୍ୟପ୍ରଦେଶ
"ଧର୍ମସ୍ବତନ୍ତ୍ର ବିଲ୍ 2020 ଆଣିବାକୁ ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବିଲ ଅନୁଯାୟୀ, କାହା ଉପରେ ଚାପ ପକାଇ ବିବାହ କରିବାକୁ ବାଧ୍ୟ କଲେ ତାହାକୁ ପାଞ୍ଚ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବ। ଏହି ଅପରାଧରେ ସାହାଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ଦଣ୍ଡିତ କରାଯିବ।
ତେବେ ଏଠାରେ ଅପରାଧୀଙ୍କୁ ଜାମିନ୍ ମିଳିବନି ବୋଲି ଶ୍ରୀ ମିଶ୍ର କହିଛନ୍ତି । ସ୍ବେଚ୍ଛାକୃତ ବିବାହ ପାଇଁ କଲେକ୍ଟରଙ୍କ ନିକଟରେ ଏକ ମାସ ପୂର୍ବରୁ ଆବେଦନ କରିବା ବାଧ୍ୟତାମୂଳକ ହେବ । ଏବଂ ଆଇନ ଅନୁଯାୟୀ କୌଣସି ସମ୍ପ୍ରଦାୟକୁ ଟାର୍ଗେଟ କରାଯିବ ନାହିଁ ବୋଲି ସେ କହିଛନ୍ତି।