ଓଡିଶା

odisha

ETV Bharat / bharat

ଲଞ୍ଚ ହେଲା ଲାଭା Z ସିରିଜର ଲାଟେଷ୍ଟ ସ୍ମାର୍ଟଫୋନ Z61 ପ୍ରୋ - ଲାଭା ଲାଟେଷ୍ଟ ପ୍ରଡକ୍ଟ

ମେକ ଇନ ଇଣ୍ଡିଆ ଯୋଜନାରେ ଭାରତୀୟ ବଜାରରେ ପ୍ରବେଶ କରିଛି ଲାଭାର Z ସିରିଜର ସ୍ମାର୍ଟଫୋନ Z61 ପ୍ରୋ ।

lava smartphone, new device of lava, latest technology news, lava latest product, latest smartphone news, ଲାଭା ସ୍ମାର୍ଟଫୋନ, ଲାଭା ନୂଆ ଡିଭାଇସ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଲାଭା ଲାଟେଷ୍ଟ ପ୍ରଡକ୍ଟ, ଲାଟେଷ୍ଟ ସ୍ମାର୍ଟଫୋନ ନ୍ୟୁଜ୍‌
ଲଞ୍ଚ ହେଲା ଲାଭା Z ସିରିଜର ଲାଟେଷ୍ଟ ସ୍ମାର୍ଟଫୋନ Z61 ପ୍ରୋ

By

Published : Jul 11, 2020, 7:17 AM IST

ହାଇଦ୍ରାବାଦ: ମେକ ଇନ ଇଣ୍ଡିଆ ଯୋଜନାରେ ଭାରତୀୟ ବଜାରରେ ପ୍ରବେଶ କରିଛି ଲାଭାର Z ସିରିଜର ସ୍ମାର୍ଟଫୋନ Z61 ପ୍ରୋ । ଏହି ସ୍ମାର୍ଟଫୋନରେ 1.6GHz ଅକ୍ଟା କୋର ପ୍ରୋସେସର ସହ 2 ଜିବି ରାମ୍ ଓ 16 ଜିବିର ଷ୍ଟୋରେଜ କ୍ଷମତା ରହିଛି । ଏହାକୁ ଆପଣ ଚାହିଁଲେ 128ଜିବି ପର୍ଯ୍ୟନ୍ତ ମଧ୍ୟ ବଢାଇପାରିବେ ।

ଏହି ସ୍ମାର୍ଟଫୋନ ନେଇ ଲାଭା ଅନ୍ତର୍ଜାତୀୟର ଉତ୍ପାଦ ନିର୍ଦ୍ଦେଶକ ତେଜିନ୍ଦର ସିଂ କହିଛନ୍ତି କି ସ୍ମାର୍ଟଫୋନଟି ସମ୍ପୂର୍ଣ୍ଣ ମେକ ଇନ ଇଣ୍ଡିଆ ଯୋଜନା ଆଧାରରେ ନିର୍ମାଣ ହୋଇଛି । ଏହା ନା ଯେ କେବଳ ସହଜ କାର୍ଯ୍ୟକ୍ଷମତା ଯୋଗାଏ ବରଂ ଏହାର ଡିଜାଇନ ଗ୍ରାହକଙ୍କୁ ଆକୃଷ୍ଟ କରିବ ନିଶ୍ଚୟ ବୋଲି ସେ ମତ ପ୍ରକାଶ କରିଛନ୍ତି । ତେବେ ଏହି ସ୍ମାର୍ଟଫୋନ ଗ୍ରାହକଙ୍କ ମନୋରଞ୍ଜନ ଆବଶ୍ୟକତା ପୂରଣ କରିବା ସହ ଭାରତୀୟ ହେବାର ଅନୁଭବ ମଧ୍ୟ ଦେବ ।

- ଏହି ଡିଭାଇସରେ 5.45 ଇଞ୍ଚର HD+ ଫୁଲ ଭିୟୁ ଡିସପ୍ଲେ ସହ 18:9 ଆସପେକ୍ଟ ଅନୁପାତ ରହିବ । ଏଥିରେ ଦୁଇଟି ଆକର୍ଷଣୀୟ ଗ୍ରାଡିଏଣ୍ଟ ଉପଲବ୍ଧ ହେବ । ସେ ହେଉଛି ମିଡନାଇଟ ବ୍ଲୁ ଓ ଆମ୍ବର ରେଡ । ତେବେ ଏହି ସ୍ମାର୍ଟଫୋନର ମୂଲ୍ୟ 5774ରୁ ଆରମ୍ଭ ହେବା ନେଇ ସୂଚନା ରହିଛି ।

- କ୍ୟାମେରା ପାଇଁ ଏହି ସ୍ମାର୍ଟଫୋନରେ 8 ଏମପି ରିଅର କ୍ୟାମେରା ସହ ଏଲଇଡି ଫ୍ଲାସ ଓ 5 ଏମପି ଫ୍ରଣ୍ଟ କ୍ୟାମେରା ରହିବ ।

- ଏହି ସ୍ମାର୍ଟଫୋନ କ୍ୟାମେରାରେ ଗ୍ରାହକ କିଛି ନୂଆ ଫିଚର ମଧ୍ୟ ପାଇପାରିବେ । ସେ ହେଉଛି ପୋଟ୍ରେଟ ମୋଡ, ବର୍ଷ୍ଟ ମୋଡ, ପାନୋରମା, ଫିଲ୍ଟର, ବିୟୁଟି ମୋଡ, ଏଚଡିଆର ଓ ନାଇଟ ମୋଡ ।

- ଏଥିରେ ସୁପର ଫାଷ୍ଟ ଫେସ-ଅନଲକ ଫିଚର ମଧ୍ୟ ରହିଛି ।

- କନେକ୍ଟିଭିଟି ପାଇଁ ସ୍ମାର୍ଟଫୋନରେ ବ୍ଲୁଟୁଥ 4.2, ୱାଇଫାଇ, ଜିପିଏସ, ଡୁଆଲ ସିମ୍‌, ଓଟିଜି ସପୋର୍ଟ ଓ ମାଇକ୍ରୋ ୟୁଏସବି ପୋର୍ଟ ସମେତ 3100ଏମଏଏଚର ବ୍ୟାଟେରୀ ବ୍ୟାକଅପ୍‌ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details