ହାଇଦ୍ରାବାଦ : 15 ସେପ୍ଟେମ୍ବର 1959 ରେ ଭାରତ ସରକାର ଦିଲ୍ଲୀରେ ଭାରତର ଜନସେବା ପ୍ରସାରଣକାରୀ ବା ଦୂରଦର୍ଶନ କିମ୍ବା DD ଆରମ୍ଭ କରିଥିଲେ। ଗୋଟିଏ ଛୋଟ 5 KW ଟ୍ରାନ୍ସମିଟର ଏବଂ ଏକ ଇମ୍ପ୍ରୋଭାଇଜଡ୍ ଷ୍ଟୁଡିଓ ସହିତ ଏକ ପରୀକ୍ଷଣ ଭାବରେ ଆରମ୍ଭ DD 1982 ରେ ଏକ ଜାତୀୟ ପ୍ରସାରଣକାରୀ ଚ୍ୟାନେଲ ହେଲା ।
‘DD eye’ ଲୋଗୋ 1970 ଦଶକ ପୂର୍ବରୁ NIDର ପୂର୍ବତନ ଛାତ୍ର ଦେବାଶିସ୍ ଭଟ୍ଟାଚାର୍ଯ୍ୟଙ୍କ ଦ୍ବାରା ଡିଜାଇନ୍ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ଡିଜାଇନକୁ ସୀକୃତି ଦେଇଥିଲେ । ମେ 2019 ରେ ପ୍ରସାର ଭାରତୀ DD ର ନୂତନ ଲୋଗୋ ପାଇଁ 5 ପ୍ରକାଶ ସବମିଟ୍ କରିଥିଲେ ।
- 1959: ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଦିଲ୍ଲୀର AIR ଷ୍ଟୁଡିଓରେ DD ଆରମ୍ଭ କରିଥିଲେ । ଏହା ସପ୍ତାହରେ ଦୁଇଥର ସାମାଜିକ ଶିକ୍ଷା ଉପରେ 1 ଘଣ୍ଟିଆ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲା ।
- 1965: ଦୈନିକ ପ୍ରସାରଣ ସକାଳ ଓ ସନ୍ଧ୍ୟାରେ ଆରମ୍ଭ ହେଲା । ପାଞ୍ଚ ମିନିଟର ସମ୍ବାଦ ବୁଲେଟିନ୍ ଆରମ୍ଭ ।
- 1975: ମୁମ୍ବାଇ ଏବଂ ଅମୃତସର ସମେତ ସାତୋଟି ସହରକୁ DD ପ୍ରସାରଣ ।
- 1976: AIR ବ୍ୟତୀତ ଡିଡି ଏକ ସ୍ବତନ୍ତ୍ର ବିଭାଗରେ ପରିଣତ ହେଲା ।
- 1982: ଦେଶବ୍ୟାପୀ ଟେଲିକାଷ୍ଟ ଆରମ୍ଭ । ରଙ୍ଗିନ୍ ଟିଭି ଭାରତୀୟ ଘରେ ଡିଡି ।
- 1984: DD 2 (ବର୍ତ୍ତମାନ DD ମେଟ୍ରୋ) ବ୍ୟତିତି DD ନେଟୱାର୍କ ଅଧିକ ଚ୍ୟାନେଲ ଯୋଗାଇଲା ।
- 1991: କେବୁଲ ଟିଭି ଏବଂ ବେସରକାରୀ ଚ୍ୟାନେଲଗୁଡିକର ବଜାର ପ୍ରବେଶ ଓ DD ଦର୍ଶକଙ୍କ ହ୍ରାସ ।
- 2004: DD Free Dish ଆରମ୍ଭ କଲା ଦୂରଦର୍ଶନ । ଭାରତର କେବଳ ମାଗଣା DTH ସେବା ।
- 2016: DD ମାଗଣା DTH ସେବା ପାଇଁ Insat-4B ରୁ Gsat-15 ସାଟେଲାଇଟ୍ ସହ ଯୋଡି ହେଲା ।
ଦର୍ଶକଙ୍କ ହୃଦୟରେ ଛାପ ଛାଡିଥିବା ମନୋରଞ୍ଜନ କାର୍ଯ୍ୟକ୍ରମ-
- 1967: ଗ୍ରାମୀଣ ଦର୍ଶକ ଓ କୃଷକମାନଙ୍କ ପାଇଁ ଡିଜାଇନ୍ ହୋଇଥିବା କୃଷି ଦର୍ଶନ । ଗଣତନ୍ତ୍ର ଦିବସରେ ପ୍ରସାରଣ ଆରମ୍ଭ କରାଗଲା । ଏହା ଭାରତର ପ୍ରଥମ ଦୀର୍ଘତମ ଚାଲୁଥିବା ଟିଭି କାର୍ଯ୍ୟକ୍ରମ ଥିଲା ।
- 1976: ଅଭିନେତା କାନୱାର୍ଜିତ ପେଣ୍ଟାଲଙ୍କ ଅଭିନୀତ ପ୍ରଥମ ଟିଭି ସିରିଏଲ ‘ଲାଡୋ ସିଂ ଟ୍ୟାକ୍ସିୱାଲା’ ପ୍ରସାରଣ କଲା ।
- 1982: ଚିତ୍ରହାର ପ୍ରସାରଣ ଆରମ୍ଭ କଲା । ଛଅ ବର୍ଷ ପରେ ରଙ୍ଗିନ୍ ଟିଭି ପରଦାରେ ଏହା ହିଟ୍ ହୋଇଥିଲା ।
- 1984: 154-ଏପିସୋଡର ‘ହମ୍ ଲୋଗ୍’ ଭାରତର ପ୍ରଥମ ସୋପ୍ ଅପେରା ।
- 1987-1990: ରାମାନନ୍ଦ ସାଗରଙ୍କ ରାମାୟଣ (1987-88) ଏବଂ ବି.ଆର ଚୋପ୍ରାଙ୍କ ମହାଭାରତ (1988-90) ।
- 1994: ‘ଚନ୍ଦ୍ରକାନ୍ତା’ ପ୍ରତ୍ୟେକ ରବିବାର ସକାଳେ ଡିଡି ନ୍ୟାସନାଲରେ ପ୍ରସାରିତ ହୁଏ ।
- 1997: ହିନ୍ଦୀ ଭାଷା ସୁପରହିଟ୍ ସିରିଜ୍ ‘ଶକ୍ତିମାନ’ DD ନ୍ୟାସନାଲ୍ ରେ ଆରମ୍ଭ ହେଲା । ମୁକେଶ ଖାନ୍ନାଙ୍କ ଅଭିନୀତ ଏହି ଧାରାବାହିକରେ ବିପଜ୍ଜନକ ଷ୍ଟଣ୍ଟଗୁଡିକର ଅନୁକରଣ କରୁଥିଲେ ଶିଶୁମାନେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା ।
ପ୍ରଥମେ ଦୂରଦର୍ଶନରେ-
ପ୍ରତୀମା ପୁରୀ: 1965 ମସିହାରେ DD ଫାଇଭ୍-ମିନିଟ୍ ବୁଲେଟିନ୍ ଆରମ୍ଭ କରିଥିବା ଭାରତର ପ୍ରଥମ ସମ୍ବାଦ ପାଠକ ।
ଶାହରୁଖ ଖାନ:1989 ରେ ଡିଡି ନ୍ୟାସନାଲରେ ପ୍ରସାରିତ ଟିଭି ଧାରାବାହିକ ’ଫୌଜି’ ସହିତ ସ୍କ୍ରିନ ଡେବ୍ୟୁ କରିଥିଲେ ।