ଓଡିଶା

odisha

ETV Bharat / bharat

ସ୍ବାଧୀନତା ଦିବସରେ 'ଧରୋହର' ଶୀର୍ଷକ ଭିଡିଓ ସିରିଜର ପ୍ରମୋ ଲଞ୍ଚ କଲା କଂଗ୍ରେସ - launch of web series dharohar by congress

74ତମ ସ୍ବାଧୀନତା ଅବସରରେ କଂଗ୍ରେସ 'ଧରୋହର' ଶୀର୍ଷକ ଏକ ଭିଡିଓ ସିରିଜ୍ ଆରମ୍ଭ । କଂଗ୍ରେସ ଦଳ ଏହାର ଟ୍ବିଟର ହ୍ୟାଣ୍ଡେଲରେ ଏହି ଭିଡିଓ ସିରିଜର ପ୍ରମୋ ଜାରି କରିଛି । ଏହି ଭିଡିଓ ସିରିଜର ପ୍ରୋମୋରେ କଂଗ୍ରେସର ସମସ୍ତ ବରିଷ୍ଠ ନେତା ଦୃଶ୍ୟମାନ ହେଉଛନ୍ତି । ନରସିଂହ ରାଓ ଏବଂ ସୀତାରାମ କେସରୀ ମଧ୍ୟ ଏହି ପ୍ରମୋରେ ନଜର ଆସିଛନ୍ତି।

ସ୍ବାଧୀନତା ଦିବସରେ 'ଧରୋହର' ଶୀର୍ଷକ ଭିଡିଓ ସିରିଜର ପ୍ରମୋ ଲଞ୍ଚ କଲା କଂଗ୍ରେସ
ସ୍ବାଧୀନତା ଦିବସରେ 'ଧରୋହର' ଶୀର୍ଷକ ଭିଡିଓ ସିରିଜର ପ୍ରମୋ ଲଞ୍ଚ କଲା କଂଗ୍ରେସ

By

Published : Aug 15, 2020, 8:04 PM IST

ନୂଆଦିଲ୍ଲୀ: ଆଜି ଦେଶରେ 74ତମ ସ୍ବାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ କଂଗ୍ରେସ 'ଧରୋହର' ଶୀର୍ଷକ ଏକ ଭିଡିଓ ସିରିଜ୍ ଆରମ୍ଭ । ଯେଉଁଥିରେ ରାଷ୍ଟ୍ର ନିର୍ମାଣରେ କଂଗ୍ରେସର ଅବଦାନକୁ ଦର୍ଶାଯାଇଛି। ଏହି ଭିଡିଓରେ କଂଗ୍ରେସ ଏହାର ସଂଘର୍ଷ, ସମୃଦ୍ଧ ଐତିହ୍ୟ ଏବଂ ଇତିହାସ ବିଷୟରେ ଜନସାଧାରଣଙ୍କୁ ଜଣାଇବାକୁ ଚେଷ୍ଟା କରିଛି ।

ସ୍ବାଧୀନତା ଦିବସରେ 'ଧରୋହର' ଶୀର୍ଷକ ଭିଡିଓ ସିରିଜର ପ୍ରମୋ ଲଞ୍ଚ କଲା କଂଗ୍ରେସ

କଂଗ୍ରେସ ଦଳ ଏହାର ଟ୍ବିଟର ହ୍ୟାଣ୍ଡେଲରେ ଏହି ଭିଡିଓ ସିରିଜର ପ୍ରମୋ ଜାରି କରିଛି । ଏହି ଭିଡିଓ ସିରିଜର ପ୍ରୋମୋରେ କଂଗ୍ରେସର ସମସ୍ତ ବରିଷ୍ଠ ନେତା ଦୃଶ୍ୟମାନ ହେଉଛନ୍ତି । ନରସିଂହ ରାଓ ଏବଂ ସୀତାରାମ କେସରୀ ମଧ୍ୟ ଏହି ପ୍ରମୋରେ ନଜର ଆସିଛନ୍ତି। ଏହି ଭିଡିଓରେ 1885 ରୁ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସର ଯାତ୍ରା ଏବଂ ଯୋଗଦାନକୁ ଦେଖାଯାଇଛି।

ଏନେଇ ଦଳ ପକ୍ଷରୁ କୁହାଯାଇଛି, ସ୍ବାଧୀନତା ପୂର୍ବରୁ ଏବଂ ସ୍ବାଧୀନତା ପରେ ଦେଶ ଏକ ଦୀର୍ଘ ଯାତ୍ରା ଅତିକ୍ରମ କରିଛି । କଂଗ୍ରେସ ଏହି ଯାତ୍ରାର ରଥ ସାଜିଛି। ଏହି ଯାତ୍ରାରେ ଆସିଥିବା ସଂଘର୍ଷ ଏବଂ ବଳିଦାନ ବିଷୟରେ ବର୍ତ୍ତମାନର ପୀଢି ଜାଣିବା ଆବଶ୍ୟକ ବୋଲି ଦଳ ପକ୍ଷରୁ କୁହାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ଭିଡିଓକୁ ଟ୍ବିଟ କରି କଂଗ୍ରେସର ଐତିହ୍ୟ, ଦେଶର ଐତିହ୍ୟ ବୋଲି କହିଛନ୍ତି।

କଂଗ୍ରେସ ପକ୍ଷରୁ ଏନେଇ କୁହାଯାଇଛି, ସ୍ବାଧୀନତା ପାଇଁ ଦଳର ସଂଘର୍ଷ, ଇତିହାସ ଏବଂ ସ୍ବାଧୀନତାର 70 ବର୍ଷ ମଧ୍ୟରେ ଭାରତକୁ ଏକ ମହାନ ଶକ୍ତି କରିବାରେ ଦଳର ଅବଦାନକୁ ନେଇ କଂଗ୍ରେସ ଏହି ଭିଡିଓ ସିରିଜ୍ ଆରମ୍ଭ କରୁଛି। 135 ବର୍ଷର ଇତିହାସ ଏବଂ କଂଗ୍ରେସର ଉତ୍ତରାଧିକାରୀ ବିଷୟରେ ଏହି ସିରିଜରେ ଆଲୋଚନା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details