ମଧ୍ୟପ୍ରଦେଶ: ଆମେରିକାର ହ୍ବାଇଟ ହାଉସକୁ ଜଗୁଥିବା ତୀବ୍ର ଘ୍ରାଣଶକ୍ତି ସମ୍ପର୍ଣ୍ଣ କୁକୁର ଏବେ ଭାରତରେ। ଏହି କୁକୁର କେବଳ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ହୋଇନି ବରଂ ବିଶ୍ବ ଆତଙ୍କବାଦୀ ଓସାମା ବିନ ଲାଦେନକୁ ଖୋଜିବା ଅପରେସନରେ ମଧ୍ୟ ଏହି କୁକୁରର ଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ଏହି ସ୍ବତନ୍ତ୍ର ପ୍ରଜାତିର କୁକୁରକୁ ଏବେ ମଧ୍ୟପ୍ରଦେଶର ଡଗ ସ୍କାର୍ଡରେ ସାମିଲ କରାଯାଇଛି ।
ଲାଡେନକୁ ଖୋଜିଥିବା ସନ୍ଧାନୀ କୁକୁର ଏବେ ମଧ୍ୟପ୍ରଦେଶ ଡଗ ସ୍କ୍ବାର୍ଡରେ - operation
ବିଶ୍ବ ଆତଙ୍କବାଦୀ ଓସାମା ବିନ ଲାଡେନକୁ ଖୋଜିବା ଅପରେସନରେ ସନ୍ଧାନୀ କୁକୁରର ଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା। ଆଉ ଏବେ ସେ ସାମିଲ ହୋଇଛି ମଧ୍ୟପ୍ରଦେଶ ଡଗ ସ୍କ୍ବାର୍ଡରେ।
ପ୍ରତିକାତ୍ମକ ଫଟୋ
ଯେଉଁ ସମୟରେ ଲାଡେନ ସମସ୍ତଙ୍କ ଆଖିରେ ଧୂଳି ଦେଇ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା ସେତେବେଳେ ତାକୁ ଖୋଜିବା ଅପରେଶନରେ କ୍ଷୀପ୍ର ଗତି ଓ ତୀବ୍ର ଘ୍ରାଣଶକ୍ତି ସମ୍ପର୍ଣ୍ଣ କୁକୁରର ସହାୟତା ନିଆଯାଇଥିଲା । ଯାହାକୁ ଏବେ ମଧ୍ୟପ୍ରଦେଶର ଡଗ ସ୍କାର୍ଡରେ ସାମିଲ କରାଯାଇଛି ।
ଏହି ପ୍ରଜାତିର ସ୍ବତନ୍ତ୍ର କୁକୁରକୁ ବଡ ବଡ ଅପରେଶନରେ ବ୍ୟବହାର କରାଯାଉଥିବାବେଳେ ଏହା ବେଲଜିୟନ ମେଲନାୟସ ପ୍ରଜାତିର ବୋଲି ଜଣାପଡିଛି । ପ୍ରଖର ଘ୍ରାଣ ଶକ୍ତି ଯୋଗୁଁ ଏହାକୁ ବନ୍ୟପ୍ରାଣୀ ସୁରକ୍ଷା ଓ ରାଜ୍ୟରେ ଅବୈଧ ଶିକାରକୁ ରୋକିବା ଦିଗରେ ସହାୟକ ହୋଇପାରୁଛି ।