ଓଡିଶା

odisha

ETV Bharat / bharat

ଓଜନ ବୃଦ୍ଧିର କାରଣ ବିଳମ୍ବରେ ଉଠିବା - ଅତ୍ୟଧିକ ଶୋଇବା ମୋଟାପାର କାରଣ

ଓଜନ ବଢିଚାଲିଲେ ଅନେକ ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ରହିଛି । ଏହା ଡାଇବେଟିସ 2, ହାଇପରଟେନସନ, କାର୍ଡିଓଭସ୍କୁଲାର ରୋଗ ଆଣିଦେଇଥାଏ । ଅଧିକ ପଢନ୍ତୁ...

ଓଜନ ବୃଦ୍ଧିର କାରଣ ବିଳମ୍ବରେ ଉଠିବା
ଓଜନ ବୃଦ୍ଧିର କାରଣ ବିଳମ୍ବରେ ଉଠିବା

By

Published : May 28, 2020, 11:38 AM IST

ହାଇଦ୍ରାବାଦ: ଓଜନ ହ୍ରାସ ଆଧୁନିକ ପିଢି ପାଇଁ ଏକ ବଡ ସମସ୍ୟା । ଥରେ ମୋଟାପଣର ଶିକାର ହେଲେ ଏହାକୁ କମାଇବା କାଠିକର ପାଠ । ଫିଟ୍ ରହିବା ପାଇଁ ସମସ୍ତେ ଅନେକ କିଛି ଉପାୟ ଆପଣାଉଛନ୍ତି । ସମସ୍ତଙ୍କ ପାଇଁ ଜିମ୍ ଯିବା ସହଜ ନୁହେଁ । ସେହିପରି ଖାଦ୍ୟପେୟରେ ରୁଚି ରଖିଥିବା ଲୋକ ହଠାତ୍ ଏସବୁ ଛାଡିବା ସହଜ ନୁହେଁ ।

ସେଥିପାଇଁ ଅନେକ ଲୋକ ଘରେ ବିଭିନ୍ନ ଉପାୟ ପାଳନ କରନ୍ତି । ହେଲେ ଏସବୁ କରିବା ସତ୍ତ୍ବେ ମଧ୍ୟ କିଛି ଲୋକଙ୍କ ଓଜନ ହ୍ରାସ ଘଟେନାହିଁ । ସେମାନେ ଯେପରି ଚାହୁଁଛନ୍ତି ସେହି ଅନୁସାରେ ପତଳା ହେଉନାହାନ୍ତି । ତେବେ ଆଜିର ଯୁଗରେ ଆମ ଲାଇଫଷ୍ଟାଇଲ ଏଥିପାଇଁ ଦାୟୀ । ଯେତେ ଚେଷ୍ଟା କଲେ ମଧ୍ୟ ଆମ ଜୀବନଶୈଳୀ ଆମକୁ ଅନେକ ସମସ୍ୟାରେ ପକାଇଥାଏ । ଆମର କିଛି ବଦଭ୍ୟାସ ଓଜନ ବୃଦ୍ଧିରେ ସହାୟକ ହୋଇଥାଏ ।

ଅତ୍ୟଧିକ ଶୋଇବା ଅବା ବିଳମ୍ବରେ ଉଠିବା ଓଜନ ବୃଦ୍ଧିର ଏକ ମୁଖ୍ୟ କାରଣ । ବିଶେଷ କରି ଯେଉଁମାନେ ଅଳସୁଆମିର ଶିକାର ସେମାନେ ଅଧିକ ମୋଟା ହୋଇଥାନ୍ତି । ଆଉ ଅଳସୁଆମିର ଶିକାର ସେମାନେ ହୁଅନ୍ତି ଯେଉଁମାନେ 9 ଘଣ୍ଟାରୁ ଅଧିକ କିମ୍ବା 7 ଘଣ୍ଟାରୁ କମ୍‌ ଶୁଅନ୍ତି । ଏହାସହ ଦିନବେଳା ଶୋଉଥିବା ଲୋକ ମଧ୍ୟ ମେଦବହୁଳତାର ସାମନା କରିପାରନ୍ତି । କମ୍ପାନୀରେ ସବୁବେଳେ ଅଲଗା ଅଲଗା ସିଫ୍ଟ କରୁଥିବା ଲୋକଙ୍କୁ ମଧ୍ୟ ଏହି ଡର ରହିଛି । କାରଣ ସେମାନଙ୍କ ଶୋଇବା ସମୟରେ ଅନେକ ସମସ୍ୟା ଦେଖାଦିଏ ।

ସେହିପରି ବ୍ରେକଫାଷ୍ଟ ନଖାଇବାର ଅଭ୍ୟାସ ଅନେକ ସମସ୍ୟା ଆଣିଥାଏ । ଏହା ଲୋକଙ୍କ ମେଟାବୋଲିଜିମ ଉପରେ ପ୍ରଭାବ ପକାଇବା ସହ ଓଜନ ବୃଦ୍ଧି ଘଟିବାର ସାହାଯ୍ୟ କରେ । ଏପରି ସମୟରେ ନଖାଇବା ଦ୍ବାରା ଅଳସୁଆ ଲାଗିଥାଏ । ଏହା ଶରୀର ଉପରେ ପ୍ରଭାବ ପକାଇଥାଏ । କିଛି କାମ କରିବାକୁ ଇଚ୍ଛା ହୁଏନି । ଫଳରେ ଯୁବପିଢି ଅଳସୁଆମି ଦେଖାଇ ଜଙ୍କ ଫୁଡ୍ ଉପରେ ଅଧିକ ନିର୍ଭରଶୀଳ ହୋଇଥାନ୍ତି । ଯାହା ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ।

ଓଜନ ବଢିଚାଲିଲେ ଅନେକ ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ରହିଛି । ଏହା ଡାଇବେଟିସ 2, ହାଇପରଟେନସନ, କାର୍ଡିଓଭସ୍କୁଲାର ରୋଗ ଆଣିଦେଇଥାଏ । ଶରୀର ଭିତରେ ସମ୍ପୂର୍ଣ୍ଣ କାର୍ଯ୍ୟକଳାପ ଏହି ବ୍ରେକଫାଷ୍ଟ ଉପରେ ନିର୍ଭର କରେ । ସକାଳୁ ଏହା ନଖାଇଲେ ଦିନସାରା ସମସ୍ୟା ଦେଖାଦିଏ ଯାଏ ଆମ ଶରୀରରେ ମେଟାବୋଲିଜିମ କମ କରେ । ଫଳରେ ଆମ ଓଜନ ବଢିଥାଏ ।

ABOUT THE AUTHOR

...view details