ଓଡିଶା

odisha

ETV Bharat / bharat

ସହିଦ ଯବାନଙ୍କ ଜଳିଲା ଯୁଇ, କାନ୍ଦିଲା ଗାଁ - ବିଜୟ ଭାନ ସିଂହ ସହିଦ

ବାଂଲାଦେଶୀ ଯବାନଙ୍କ ଗୁଳିରେ ସହିଦ ହୋଇଥିଲେ ବିଏସଏଫର ହେଡ଼ କନଷ୍ଟେବଳ ବିଜୟ ଭାନ ସିଂହ । ଶନିବାର ତାଙ୍କ ପୈତୃକ ଗ୍ରାମରେ ସମ୍ପନ୍ନ ହୋଇଛି ଅନ୍ତିମ ସଂସ୍କାର ।

ପଂଟୋ ସୌଜନ୍ୟ: ଏଏନ୍ଆଇ

By

Published : Oct 20, 2019, 9:52 AM IST

ଲକ୍ଷ୍ନୌ: ସୀମା ସୁରକ୍ଷା ବଳ ହେଡ଼ କନଷ୍ଟେବଳ ବିଜୟ ଭାନ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ । ଫିରୋଜବାଦର ପୈତୃକ ଗ୍ରାମରେ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଡ ଅଫ୍ ଅନର ଦେବା ପରେ ଶେଷ ହୋଇଛି ଅନ୍ତ୍ୟେଷ୍ଟି କ୍ରିୟା ।

ଭାରତ-ବାଂଲାଦେଶ ସୀମାରେ କାର୍ଯ୍ୟରତ ରହିଥିଲେ ବିଜୟ । ଅକ୍ଟୋବର 17ରେ ଡ଼୍ୟୁଟିରେ ଥିବା ସମୟରେ ବାଂଲାଦେଶ ଯବାନଙ୍କ ଗୁଳିରେ ଟଳି ପଡ଼ିଥିଲେ ଯବାନ ବିଜୟ ଭାନ ସିଂହ ।

ଶନିବାର ତାଙ୍କ ପୈତୃକ ଗ୍ରାମରେ ମୃତଦେହ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ହଜାର ହଜାର ଲୋକ ସହିଦ ଯବାନ ବିଜୟଙ୍କ ମୃତଦେହକୁ ଶୋଭାଯାତ୍ରାରେ ଗ୍ରାମ ଶ୍ମଶାନକୁ ନେଇଥିଲେ । ପରେ ସେଠାରେ ରାଜ୍ୟ ପୋଲିସ ଓ ସେନା ପକ୍ଷରୁ ଗାଡ ଅଫ୍ ଅନର ଦେଇଥିଲେ ।

ABOUT THE AUTHOR

...view details