ଓଡିଶା

odisha

ETV Bharat / bharat

ମାଟିରେ ମିଶିଲେ ଶହୀଦ, ଛାଡିଗଲେ ପ୍ରତିଶୋଧର ନିଆଁ - CRPF

ସମସ୍ତଙ୍କୁ ଏକାଠି କରିଦେଇଛି ଏହି ଘଟଣା । ଦଳମତ ନିର୍ବିଶେଷରେ ସମସ୍ତ ଏକଜୁଟ । ଜବାବ ଦେବାକୁ ପୁରା ତୟାର । ନିଜ କାନ୍ଧରେ ଶହୀଦ ଯବାନଙ୍କୁ କାନ୍ଧେଇଲେ ଗୃହମନ୍ତ୍ରୀ । ନିଜ ସାଥୀଙ୍କୁ ହରାଇ ସିଆରପିଏଫ ଜବାନଙ୍କ ବି ରକ୍ତ ଗରମ ।

ଡିଜାଇନ ଫଟୋ

By

Published : Feb 16, 2019, 9:42 PM IST

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ ଭାରତ
ନୂଆଦିଲ୍ଲୀ: ବୀର ଶହୀଦର ଜଳୁଛି ଚିତା । ଦେଶ ମାତୃକା ପାଇଁ ଜୀବନ ଦେଇଥିବା ଯବାନଙ୍କୁ ବିଦାୟ ଦେଉଛନ୍ତି ଦେଶବାସୀ । ଶହୀଦଙ୍କ ଜନ୍ମମାଟିରେ ଶୋକାକୁଳ ପରିବେଶ । ଗୁମୁରି ଗୁମୁରି କାନ୍ଦୁଛି ଗାଁ । ଅମର ରହେ ଧ୍ବନିରେ ଫାଟିପଡୁଛି ପରିବେଶ । ପୁଲୱାମା ଆତଙ୍କୀ ହମଲାରେ ଶହୀଦ ହୋଇଥିବା ବୀର ଯବାନ ଦେଶବାସୀଙ୍କ ହୃଦୟ କିଣିନେଇଛନ୍ତି । ସଲାମ କରିଛି ସମଗ୍ର ଭାରତ ।

ସମସ୍ତଙ୍କୁ ଏକାଠି କରିଦେଇଛି ଏହି ଘଟଣା । ଦଳମତ ନିର୍ବିଶେଷରେ ସମସ୍ତ ଏକଜୁଟ । ଜବାବ ଦେବାକୁ ପୁରା ତୟାର । ନିଜ କାନ୍ଧରେ ଶହୀଦ ଯବାନଙ୍କୁ କାନ୍ଧେଇଲେ ଗୃହମନ୍ତ୍ରୀ । ନିଜ ସାଥୀଙ୍କୁ ହରାଇ ସିଆରପିଏଫ ଜବାନଙ୍କ ବି ରକ୍ତ ଗରମ । ପଛପଟୁ ଆକ୍ରମଣ କରୁଥିବା ପାକିସ୍ତାନ ଉପରେ ସବୁଠି ବିରୋଧର ସ୍ବର । ଦେଶର କୋଣ ଅନୁକୋଣରୁ ଶୁଭିଛି ପ୍ରତିବାଦର ନାରା । ଇଟାର ଜବାବ ପଥରରେ ଦେବାକୁ ଏକସ୍ବରରେ କହିଛନ୍ତି ଦେଶବାସୀ ।

ପାକିସ୍ତାନକୁ ଉଚିତ ଶିକ୍ଷା ଦେବାକୁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ଶୁକ୍ରବାର ସୁରକ୍ଷା ସମିତ ବୈଠକ, ଆଉ ଆଜି ସର୍ବଦଳୀୟ ବୈଠକ । କଳ ବଳ କୌଶଳ, ସବୁକିଛିର ହେବ ପ୍ରୟୋଗ । ପାକିସ୍ତାନ ସହ ସମସ୍ତ ରାଜନୈତିକ, କୁଟନୈତିକ ଓ ସାଂସ୍କୃତିକ ସମ୍ପର୍କ ଛିନ୍ନ କରିବାକୁ ପଦକ୍ଷେପ ନିଆଯିବ । ଦୀର୍ଘ 23 ବର୍ଷ ପରେ ପାକଠୁ ମୋଷ୍ଟ ଫେଭର୍ଡ ନ୍ୟାସନର ମାନ୍ୟତା ଫେରାଇ ନେଇଛି ଭାରତ । ଭାରତର ଉଚ୍ଚାୟୁକ୍ତଙ୍କୁ ବି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଆଦେଶ ଦେଇଛନ୍ତି ଭାରତ ସରକାର ।

ଦେଶର ସବୁଠୁ ବଡ ଆତଙ୍କୀ ହମଲା ପୁଲୱାମା । ଆଉ ଏହାର ଜବାବ ବି ସବୁଠୁ ବଡ ଆକାରରେ ନିଆଯାଉ । ସୋସିଆଲ ମିଡିଆରେ ଏପରି ଅପିଲ କରିଛନ୍ତି ଦେଶବାସୀ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସୃଷ୍ଟି ହୋଇଛି ଭାରତୀୟତା ମନୋଭାବ । ଶହୀଦଙ୍କ ଚିତା ଜଳୁଛି । ଦେଶମାତୃକାର ସେବା ପାଇଁ ପ୍ରତିଜ୍ଞା ନେଉଛନ୍ତି ଦେଶବାସୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details