ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀଙ୍କ ଦେହାନ୍ତରେ ସ୍ତବ୍ଧ ସାରା ଦେଶ । ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଓ ଉପରାଷ୍ଟ୍ରପତି ।
ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଓ ଜଣେ ଓକିଲଙ୍କ ନିଧନରେ ମୁଁ ଖୁବ ଦୁଃଖୀ। ସାର୍ବଜନୀନ ମୁଦ୍ଦାରେ ତାଙ୍କର ବିଚାର ନେଇ ସେ ସବୁଆଡେ ପରିଚିତ ହୋଇ ପାରିଥିଲେ । ଦେଶ ଆଜି ଜଣେ ମହାନ ବ୍ୟକ୍ତିଙ୍କୁ ହରାଇଛି ବୋଲି କହିଛନ୍ତି ରାଷ୍ଟ୍ରପତି କୋବିନ୍ଦ ।
ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କହିଛନ୍ତି,ଜେଠମଲାନୀ ଜଣେ ଅନୁଭବୀ ଓକିଲ । ତାଙ୍କର ଅନ୍ତିମ ଦିନରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଜେଠମଲାନୀଙ୍କ ବାସଭବନରେ ଦେଲେ ଅନ୍ତିମ ଶ୍ରଦ୍ଧାଞ୍ଜଳୀ ।
ରାମ ଜେଠମଲାନୀଙ୍କର ସବୁଠୁ ଭଲ ଗୁଣ ହେଉଛି ସେ ସର୍ବଦା ନିଜର ମନର କଥାକୁ ପ୍ରକାଶ କରିଥାନ୍ତି । ନିର୍ଭୟ ହୋଇ ସେ ତାଙ୍କର କର୍ତ୍ତବ୍ୟ କରିଥାନ୍ତି । ଗରିବଙ୍କୁ ସାହାଯ୍ୟ କରିବା ଯେପରି ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା । ମୁଁ ନିଜକୁ ଧନ୍ୟ ମନେ କରୁଛି କି ତାଙ୍କ ସହ କେଇ ପଦ କଥା ହେବାକୁ ମୋତେ ସୁଯୋଗ ମିଳିଥିଲା । ତାଙ୍କ ପରିବାର ଓ ବନ୍ଧୁପରିଜନଙ୍କୁ ମୋର ସମ୍ବେଦନା । ସେ ଆଜି ଆମ ଗହଣରେ ନାହାଁନ୍ତି ସତ ,ହେଲେ ତାଙ୍କର କର୍ମ ଆମ ଭିତରେ ସର୍ବଦା ଜୀବିତ ରହିବ । ଓମ ଶାନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରାମ ଜେଠମଲାନୀଙ୍କ ମୃତ୍ୟୁ ମୋତେ ଖୁବ କଷ୍ଟ ଦେଇଛି । ନା ଆମେ କେବଳ ଜଣେ ବିଶିଷ୍ଟ ଓକିଲଙ୍କୁ ହରାଇଛେ ଆମେ ଦେଶର ଜଣେ ମହାନ ବ୍ୟକ୍ତିଙ୍କୁ ହରାଇଛେ । ଜେଠମଲାନୀଙ୍କ ବାସ ଭବନରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।